‘ମିସନ୍‌ ୨୫୦’ ପାଇଁ ବିଜେପି ରଣନୀତି ତୟାର

କୋଲକାତା: ପଶ୍ଚିମବଂଗରେ ବିଜେପି ଲୋକସଭା ନିର୍ବାଚନରେ ଜୋର୍‌ଦାର ସଫଳତା ହାସଲ କରିଥିବାରୁ ୨୦୨୧ରେ ରାଜ୍ୟରେ କ୍ଷମତା ଦଖଲ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଟିଏମ୍‌ସିକୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ବ୍ଲୁପ୍ରିଣ୍ଟ ତୟାର କରିସାରିଛି ଏବଂ ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୨୫୦ ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ଟିଏମ୍‌ସି ଛାଡ଼ି ପଳାଇ ଆସୁଥିବା ଦକ୍ଷ ନେତାଙ୍କୁ ବିଜେପି ସ୍ବାଗତ କରୁଥିବା ବେଳେ ତୃଣମୂଳ ସ୍ତରରେ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଛି । ଲୋକସଭା ନିର୍ବାଚନରେ ମୋଟ ୪୨ ଆସନରୁ ବିଜେପି ୧୮ଟିରେ ବିଜୟ ହାସଲ କରିଛି। ତୃଣମୂଳକୁ ୨୨ଟି ଆସନ ମିଳିଛି। ୨୦୧୪ରେ ମାତ୍ର ୨ଟି ଲୋକସଭା ଆସନ ପାଇଥିବା ବିଜେପି ଏଥର ୧୮ରେ ପହଞ୍ଚିବା ସହ ୨ ଶହରୁ ଅଧିକ ବିଧାନସଭା କ୍ଷେତ୍ରରେ ସ୍ଥିତି ମଜବୁତ କରିବାରେ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର