ଥାନା ସମ୍ମୁଖରେ ବିଜେପି ବିଧାୟକ ନିଜ ଶରୀରରେ ପେଟ୍ରୋଲ ଢ଼ାଳି ଲଗାଇଲେ ନିଆଁ

କର୍ଣ୍ଣାଟକ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଜଣେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିଥିବା ମାମଲା ସାମ୍ନାକୁ ଆସିଛି। ତେବେ ଏଭଳି ପଦକ୍ଷେପ ନେଇଥିବା ବିଧାୟକ ଜି ଶେଖରଙ୍କ ଚିକିତ୍ସା ଡାକ୍ତରଖାନାରେ ଜାରି ରହିଛି। ଏବେ ତାଙ୍କ ଶରୀରଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଏଭଳି ଏକ ଘଟଣା ଜିଲ୍ଲା ହୋସଦୁର୍ଗ ପୁଲିସ ଥାନା ନିକଟରେ ଘଟିଛି। ପୁଲିସ ବିଧାୟକଙ୍କ ଉପରେ କଥିତ ଭାବେ ବେଆଇନ୍‌ ବାଲି ନେଇଯିବା ଅଭିଯୋଗ କରିଥିଲା। ଏହି ଅଭିଯୋଗ ମୁତାବକ, ବିଧାୟକ ଜବତ କରାଯାଇଥିବା ଟ୍ରାକ୍ଟର ଛାଡିବା ପାଇଁ ପୁଲିସ ନିକଟରେ ଦାବି କରିଥିଲେ। ଏଥିସହିତ ସେ ଏହା ବି କହିଥିଲେ କି, ଏହି ତଦନ୍ତ ରୋକା ନଗଲେ ସେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବେ।

ଡାକ୍ତରଙ୍କ କହିବାନୁସାରେ, ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ବିଜେପି ବିଧାୟକଙ୍କ ଆଖି ଓ କାନରେ ପେଟ୍ରୋଲ ଚାଲି ଯାଇଥିଲା। ତେଣୁ ଏଭଳି ଅଘଟଣ ଘଟିଲା। ଏହି ଘଟଣା ପରେ ବିଧାୟକଙ୍କ ୧୦୦ରୁ ଊର୍ଧ୍ୱ ସମର୍ଥକ ରାସ୍ତାକୁ ଓହ୍ଲାଇ ଆସିଥିଲେ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ବିଏସ୍‌ ୟେଦିୟୁରପ୍ପା ହସ୍‌ପିଟାଲରେ ପହଞ୍ଚି ଶେଖରଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର