ଉତ୍ତର ପ୍ରଦେଶ : ପୁଲିସକୁ ଜୋତାରେ ପିଟିଲେ, ପରିସ୍ରା ପିଆଇଲେ ବିଜେପି ବିଧାୟକ

୫୦ ଜଣଙ୍କ ନାମରେ ମାମଲା

ପିଲିଭିଟ୍‌ : ପୁଲିସ କନ୍‌ଷ୍ଟେବଳଙ୍କୁ ଜୋତାରେ ପିଟିବା ଏବଂ ପରିସ୍ରା ପିଆଇବା ଅଭିଯୋଗରେ ଉତ୍ତର ପ୍ରଦେଶର ବାର୍‌ଖେରା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ କିଷାନ୍‌ ଲାଲ୍‌ ରାଜପୁତ ଏବଂ ତାଙ୍କର ୫୦ ସମର୍ଥକଙ୍କ ନାମରେ ମାମଲା ରୁଜୁ ହୋଇଛି। ବିଧାୟକ ଜଣେ କାର୍ଯ୍ୟରତ ପୁଲିସ କନ୍‌ଷ୍ଟେବଳଙ୍କୁ ଜୋତାରେ ମାଡ଼ ମାରିବା ସହ ତାଙ୍କଠାରୁ ପର୍ସ, ସୁନା ଚେନ୍‌ ଛଡ଼ାଇ ନେଇଥିଲେ। ବିଧାୟକଙ୍କ ସମର୍ଥକମାନେ କନ୍‌ଷ୍ଟେବଳଙ୍କୁ ଟଣାଓଟରା କରିବା ସହ ମାଡ଼ ମାରିଥିଲେ ଏବଂ ପରିସ୍ରା ପିଆଇଥିଲେ। ଏ ନେଇ ସମ୍ପୃକ୍ତ କନ୍‌ଷ୍ଟେବଳ ଥାନାରେ ଏତଲା ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ନଥିଲା। ତେବେ କୋର୍ଟ ନିର୍ଦ୍ଦେଶ ଦେବା ପରେ ପୁଲିସ ସମ୍ପୃକ୍ତ ବିଜେପି ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଘଟଣାରୁ ପ୍ରକାଶ, ମୋହିତ ଗୁର୍‌ଜାର ନାମକ ଜଣେ କନ୍‌ଷ୍ଟେବଳ ରାହୁଲ ନାମକ ଜଣେ ଯୁବକଙ୍କ (ବିଧାୟକଙ୍କ ସମର୍ଥକ)ଠାରୁ ବାଇକ୍‌ କିଣିବା ପାଇଁ ତାଙ୍କୁ ନଗଦ ୫୦ ହଜାର ଟଙ୍କା ଦେଇଥିଲେ। ମାତ୍ର, ଟଙ୍କା ନେଇଯିବା ପରେ ରାହୁଲ ଗାଡ଼ି ବିକ୍ରି କରିବାକୁ ମନା କରିବା ସହ କନ୍‌ଷ୍ଟେବଳଙ୍କୁ ଟଙ୍କା ଫେରେଇ ନଥିଲେ। ବରଂ ରାହୁଲ ଏବଂ ତାଙ୍କର ସାଙ୍ଗସାଥୀମାନେ କନ୍‌ଷ୍ଟେବଳଙ୍କୁ ଧମକଚମକ ଦେଇଥିଲେ। ବିଧାୟକଙ୍କ ପୁତୁରା ଋଷଭ ରାହୁଲଙ୍କୁ ସମର୍ଥନ କରିବା ସହିତ କନ୍‌ଷ୍ଟେବଳଙ୍କୁ ଧମକ ଦେଇଥିଲେ। ପୁଲିସ ଆଉଟ୍‌ପୋଷ୍ଟରେ ଏଭଳି ଘଟଣା ଘଟିଥିବାବେଳେ ବିଧାୟକ ସେଠାରେ ପହଞ୍ଚି

ସମ୍ବନ୍ଧିତ ଖବର