କୋଭିଡ ୱାର୍ଡରେ ଡାକ୍ତର ହେଲେ ଷଷ୍ଠ ଶ୍ରେଣୀ ପାସ କରିଥିବା ବିଜେପି ବିଧାୟକ, ଦେବାକୁ ଲାଗିଲେ ଇନଜେକସନ

ନୂଆଦିଲ୍ଲୀ: ନେତାମାନେ ଲୋକଲୋଚନକୁ ଆସିବା ପାଇଁ ଅଦ୍ଭୁତ ପ୍ରକାର କାମ କରୁଥିବା ଦେଖିବାକୁ ମିଳିଥାଏ। ଏମିତି ଏକ ଘଟଣା ଗୁଜୁରାଟର ସୁରଟରୁ ସାମ୍ନାକୁ ଆସିଛି। ଏଠାରେ ଷଷ୍ଠ ଶ୍ରେଣୀ ପାସ କରିଥିବା ଜଣେ  ବିଜେପି ବିଧାୟକ ହସ୍ପିଟାଲଗସ୍ତରେ ପହଞ୍ଚି ଡାକ୍ତର ହୋଇଯାଇଛନ୍ତି। କରୋନା ଆଇସୋଲେସନ ସେଣ୍ଟରରେ ପହଞ୍ଚି ବିଧାୟକ ଡାକ୍ତର ଭଳି ସାଲାଇନରେ ଇନଜେକସନ ଦେଉଥିବା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟ ବିଭାଗର ମଜାକ ଉଡ଼ାଇଲା ଭଳି ବିଜେପି ବିଧାୟକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

BJPMLA

ସୁରଟର ସରଥାଣା ଅଞ୍ଚଳରେ ଏକ ଆଇସୋଲେସନ ସେଣ୍ଟର କେମିତି ଚାଲିଛି ବୁଝିବାକୁ ବିଜେପି ବିଧାୟକ ବିଡି ଝାଲାବଡ଼ିୟା ପହଞ୍ଚିଥିଲେ। ଆଇସୋଲେସନ ସେଣ୍ଟରରେ କରୋନା ରୋଗୀଙ୍କ ଚିକିତ୍ସା ଚାଲିଥିଲା। ଏହି ସମୟରେ ବିଧାୟକ ହାତରେ ସିରିଞ୍ଜ ନେଇ ଡାକ୍ତର ହୋଇଯାଇଥିଲେ।

ଷଷ୍ଠ ଶ୍ରେଣୀ ପାସ କରିଥିବା ବିଧାୟକ ନର୍ସ ଠାରୁ ଔଷଧ ଓ ସିରିଞ୍ଜ ନେଇ ସାଲାଇନରେ ଦେଇଥିଲେ। ତେବେ ଏପରି ବିଧାୟକ ଚର୍ଚ୍ଚାରେ ରହିବାକୁ କରିଥିବା କୁହାଯାଉଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣାକୁ ନେଇ ବିଜେପି ବିଧାୟକ ବିଡି ଝାଲାବଡ଼ିୟା କହିଛନ୍ତି, ସେ ୪୦ଦିନ ହେବ ସରଥାଣା କମ୍ୟୁନିଟି ହଲରେ ଲୋକଙ୍କ ସେବା କରି ଆସୁଛନ୍ତି। ରୋଗୀଙ୍କୁ ଦେବା ପାଇଁ ଯେଉଁ ରେମେଡିସିବିର ଇନଜେକସନ ମିକ୍ସ କରାଯାଇଥାଏ କେବଳ ସେହି ଇନଜେକସନକୁ ସେ ସାଲାଇନ ଭିତରେ ଦେଇଥିଲେ। କୌଣସି ରୋଗୀଙ୍କୁ ସେ ଇନଜେକସନ ଦେଇ ନାହିଁ। ସାଲାଇନରେ ଇନଜେକସନ ଦେବା ସମୟରେ ଘଟଣାସ୍ଥଳରେ ୧୦ରୁ ୧୫ଜଣ ଡାକ୍ତର ବି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର