ବିଜେପି ବିଧାୟକଙ୍କ ବିବଦୀୟ ବୟାନ : ଦେହଜୀବୀମାନଙ୍କ ଚରିତ୍ର ସରକାରୀ ଅଫିସରଙ୍କଠାରୁ ବହୁ ଗୁଣରେ ଭଲ, ସେମାନେ ଟଙ୍କା ନେଲେ କାମ କରିଦିଅନ୍ତି  

ବଲିଆ(ଉତ୍ତରପ୍ରଦେଶ): ଏଇ କିଛି ଦିନ ହେବ ବିଜେପିକୁ ବିରୋଧ କରି ଦଳୀୟ କର୍ମୀଙ୍କୁ ହତ୍ୟା କରାଯାଉଥିବା ଖବର ଚର୍ଚ୍ଚାରେ ଥିବା ବେଳେ ଏବେ ଜଣେ ବିଜେପି  ନେତା ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସରାକାରୀ ଅଫିସରମାନଙ୍କ ସଂପର୍କରେ ବଲିୟାର ବିଜେପି ବିଧାୟକ ଦେଇଥିବା ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପି ବିଧାୟକ ସୁରେନ୍ଦ୍ର ସିଂ ମଙ୍ଗଳବାର ସରାକାରୀ ଅଫିସରମାନଙ୍କୁ ଦେହଜୀବୀମାନଙ୍କ ସହ ତୁଳନା କରିଛନ୍ତି । ଦେହଜୀବୀମାନଙ୍କ ଚରିତ୍ର ସରକାରୀ ଅଫିସରମାନଙ୍କର ଚରିତ୍ରଠାରୁ ବହୁ ଗୁଣରେ ଭଲ ବୋଲି ସେ କହିଛନ୍ତି । ସରକାରୀ କର୍ମଚାରୀ ଟଙ୍କା ନେଇ କାମ କରୁ ନଥିବାରୁ ସେ ଏପରି ମନ୍ତବ୍ୟ ରଖିଥିବା ଜଣାପଡ଼ିଛି ।

ତାଙ୍କ କହିବା ଅନୁଯାୟୀ, ଦେହଜୀବୀମାନେ ଯେଉଁ କାମ ପାଇଁ ଟଙ୍କା ଦିଆଯାଇଥାଏ ସେମାନେ ସେ କାମ ତୁରନ୍ତ କରିଥାନ୍ତି । କିନ୍ତୁ ସରକାରୀ କର୍ମଚାରୀ ଟଙ୍କା ନେଇ ସେ କାମ କରିବେ କି ନାହିଁ ତାହାର କୌଣସି ଠିକଣା ନ ଥାଏ । ଏବେ ଦେଶ ଏବଂ ପ୍ରଦେଶରେ ମୋଦି ଏବଂ ଯୋଗୀ ସରକାରଙ୍କର ରାଜ ଚାଲିଛି । ମୁଁ ଚାହୁଁଛି କି ଏବେ ଏଭଳି ମାନସିକତାରେ ପରିବର୍ତ୍ତନ ଆସୁ । ସରକାରୀ କର୍ମଚାରୀମାନେ ସଚ୍ଚୋଟ ହୋଇ କାମ କରନ୍ତୁ । କିନ୍ତୁ ଏବେ ବି ସେଭଳି ମାନସିକତାରେ ପରିବର୍ତ୍ତନ ଆସି ପାରି ନାହିଁ । ଏବେ ବି ଭ୍ରଷ୍ଟାଚାର ଲାଗି ରହିଛି । ଅନ୍ୟ ପକ୍ଷରେ ବିଧାୟକଙ୍କଠାରୁ ହିଁ ଭ୍ରଷ୍ଟାଚାର ଆରମ୍ଭ ହୋଇଥିବା କଥା କହିଛନ୍ତି ଜଣେ ସରକାରୀ  କର୍ମଚାରୀ । ତାଙ୍କଠାରୁ ହିଁ ଗୁଣ୍ଡାରାଜ ଆରମ୍ଭ ହୋଇଛି । ସେ ହିଁ ନିଜ ରାଜ ଚଳାଇ ନିଜ କାମ ହାସଲ କରିବାକୁ ଚେଷ୍ଟା କରିଥାନ୍ତି । ନିଜ ଉପରେ ଏପରି ଆରୋପ ଲଗା ଯାଉଥିବାରୁ ସତ ବାହାରକୁ ଆଣିବା ପାଇଁ ଏହାର ତଦନ୍ତ କରାଯାଉ ବୋଲି କହିଛନ୍ତି ସୁରେନ୍ଦ୍ର ସିଂ ।

ସମ୍ବନ୍ଧିତ ଖବର