ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ବିଧାୟକ ବାସନ୍ଗୌଡ଼ା ପାଟିଲ୍ ଆଜି ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ତଥାକଥିତ ବୁଦ୍ଧିଜୀବୀମାନଙ୍କ ପାଇଁ ଭାରତ ବିପଦର ସାମ୍ନା କରୁଛି ଏବଂ ଯଦି ସେ ଗୃହମନ୍ତ୍ରୀ ହୋଇଥାନ୍ତେ, ବୁଦ୍ଧିଜୀବୀମାନଙ୍କୁ ଗୁଳି ମାରି ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥାନ୍ତେ। ବିଜୟପୁର୍ର ବିଜେପି ବିଧାୟକ ବାସନ୍ଗୌଡ଼ା କହିଛନ୍ତି ବୁଦ୍ଧିଜୀବୀମାନେ ଦେଶର ପାଣି, ପବନ, ସୁବିଧାସୁଯୋଗରେ ବଞ୍ଚୁଛନ୍ତି, କିନ୍ତୁ ସେମାନେ ସର୍ବଦା ଦେଶ ବିରୋଧୀ ବୟାନ ଦେଉଛନ୍ତି ଏବଂ ସେନାକୁ ସମାଲୋଚନା କରି ଚାଲିଛନ୍ତି। ସେ କହିଥିଲେ ଯେ ଦେଶର ସୁବିଧାସୁଯୋଗ ହାସଲ କରି ଏହାକୁ ବିପଦଗ୍ରସ୍ତ କରିବା ଅଧିକାର କାହାର ନାହିଁ। ଏଭଳି ଏକ ବୟାନ ପାଇଁ ବିଜେପି ବିଧାୟକ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ପୂର୍ବରୁ ମଧ୍ୟ ବାସନ୍ଗୌଡ଼ା ଏମିତି ଅନେକ ଥର ବିବାଦୀୟ ବୟାନ ଦେଇଛନ୍ତି।
ବୁଦ୍ଧିଜୀବୀଙ୍କୁ ଗୁଳି କରିବାକୁ ଧମକ
କର୍ଣ୍ଣାଟକ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ
/sambad/media/post_attachments/wp-content/uploads/2018/07/karnataka-bjp-mla.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)