ଭିଡିଓ ଦେଖନ୍ତୁ: ଆସାମରେ ହାତୀପିଠିରୁ ଖସି ପଡ଼ିଲେ ବିଧାୟକ

ଗୌହାଟି: କରିମ୍‌ଗଞ୍ଜ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ବିଧାୟକ କୃପାନାଥ ମଲ୍ଲ ହାତୀପିଠିରୁ ଖସି ପଡ଼ିବାରୁ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଛି।

ଶନିବାର ଦିନ ଘଟନାଟି ମଲ୍ଲଙ୍କ ନିର୍ବାଚନ ମଣ୍ଡଳୀ ରତାବରିରେ ଘଟିଛି।

ଆସାମ ବିଧାନସଭାର ନବ ନିର୍ବାଚିତ ଉପବାଚସ୍ପତି ହାତୀପିଠିରେ ବସି ତାଙ୍କ ସମର୍ଥକ ଓ ସ୍ଥାନୀୟ ଲୋକଙ୍କୁ ଭେଟୁଥିଲେ।

ହଠାତ୍‌ ହାତୀ ଦୌଡ଼ିଲା। ସନ୍ତୁଳନ ରକ୍ଷା କରି ନ ପାରି ମଲ୍ଲ ସେ ପ୍ରକାଣ୍ଡ ସ୍ତନ୍ୟପାୟୀ ଜନ୍ତୁ ଉପରୁ ଖସି ତଳେ ପଡ଼ିଗଲେ।


Courtesy ANI

ଆସାମ ବିଧାନସଭାରେ ଉପବାଚସ୍ପତି ଭାବେ ନୂତନ ପଦବୀ ନିମନ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସମବେତ କେତେକ ସମର୍ଥକ ତାଙ୍କ ପାଖକୁ ଧାଇଁ ଯାଇଥିଲେ।

କିନ୍ତୁ, ଖେଳୁ ଖେଳୁ ପଡ଼ିଯାଇଥିବା ଲୋକଟିଏ ପରି ମଲ୍ଲ ଠିଆ ହୋଇପଡ଼ି ସମଗ୍ର ଘଟନାକୁ ହସରେ ଉଡ଼ାଇ ଦେଇଥିଲେ।

ଯାହାହେଉ ଉପବାଚସ୍ପତି ଏ ଭଳି ଦୁର୍ଘଟନାରେ ଅକ୍ଷତ ଅଛନ୍ତି।

ସମ୍ବନ୍ଧିତ ଖବର