ଛତିଶଗଡ଼ ବିଜେପି ବିଧାୟକ ଭୀମା ମଣ୍ଡାଭୀ ହତ୍ୟା ମାମଲାରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସୁରକ୍ଷା ବାହିନୀ କଥା ମାନିଥିଲେ ସେ ଜୀବିତ ଥାଆନ୍ତେ

ରାୟପୁର: ଗତ ୯ ତାରିଖରେ ମାଓ ହମଲାରେ ଛତିଶଗଡ଼ର ବିଜେପି ବିଧାୟକ ଭୀମା ମଣ୍ଡାଭୀ ନିହତ ଘଟଣାରେ ମୁହଁ ଖୋଲିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ସେ କହିଛନ୍ତି ଯେ ମାଣ୍ଡାଭୀ ସୁରକ୍ଷା ବାହିନୀର କଥା ମାନିଥିଲେ ବର୍ତ୍ତିଯାଇଥାନ୍ତେ । ତାଙ୍କୁ ୫୦ ଜଣ ନିରାପତ୍ତାରକ୍ଷୀ ଯୋଗାଇଦିଆଯାଇଥିଲେ ମଧ୍ୟ ତାହାକୁ ସେ ଗ୍ରହଣ କରିନଥିଲେ । ଏପରିକି ସଂପୃକ୍ତ ଅଂଚଳକୁ ନିଜର ଗସ୍ତ କଥା ପୂର୍ବରୁ ଘୋଷଣା କରିଦେଇଥିଲେ । ଏହି କାରଣରୁ ତାଙ୍କ ଜୀବନ ପ୍ରତି ବିପଦ ଆସିଯାଇଥିଲା ବୋଲି ସେ କହିଛନ୍ତି ।

ଗତ ୯ ତାରିଖ ଦିନ ରାଜ୍ୟର ଦାନ୍ତେଓ୍ଵାଡ଼ା ଜିଲ୍ଲାର କୁଆଗୁଡ଼ା ନାମକ ସ୍ଥାନରେ ମାଓବାଦୀମାନେ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ବିସ୍ଫୋରଣ କରିବା ଫଳରେ ବିଧାୟକ ମଣ୍ଡାଭୀ ନିହତ ହୋଇଥିଲେ । ଏହା ସହିତ ତାଙ୍କ ସହିତ ଥିବା ୪ ଜଣ ଯବାନ ସହିଦ ହୋଇଥିଲେ । ବିଧାୟକ ଭୀମା ମଣ୍ଡାଭୀଙ୍କ ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା ।

ସମ୍ବନ୍ଧିତ ଖବର