ଉତ୍ତର ପ୍ରଦେଶ: ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କାରେ ବିଜେପି ବିଧାୟକ ଲୋକେନ୍ଦ୍ର ସିଂହଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଏକ ସଡ଼କ ଦୁର୍ଘଟଣାରେ ଭାରତୀୟ ଜନତା ପାର୍ଟିର ବିଧାୟକ ଲୋକେନ୍ଦ୍ର ସିଂହ ପ୍ରାଣ ହରାଇଛନ୍ତି।

ସୀତାପରୁ ଠାରେ ଟ୍ରକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହେବାରୁ ଉତ୍ତର ପ୍ରଦେଶର ବିଞ୍ଜୋର୍‌ ଅନ୍ତର୍ଗତ ନୂପୁର ଅଞ୍ଚଳର ବିଧାୟକ ସିଂହଙ୍କର ମୃତ୍ୟୁ ହୋଇଛି।

୪୫ ବର୍ଷିୟ ସିଂହ ‘ଇନ୍‌ଭେଷ୍ଟର୍ସ ମିଟ୍‌’ରେ ଯୋଗ ଦେବା ପାଇଁ ଲକ୍ଷ୍ନୌ ଯାଉଥିଲେ। ଏହି ଅନୁଷ୍ଠାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ। ତାଙ୍କ ଫର୍ଚ୍ୟୁନର୍‌ ଗାଡ଼ି ଅତି ଦ୍ରୁତ ଗତିରେ ଚାଲୁଥିବା ବେଳେ କାକାୟାପଡ଼ା ଠାରେ ବିପରୀତ ପଟରୁ ଆସୁଥିବା ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇଥିଲା।

ତାଙ୍କ ସହ ଯାଉଥିବା ଦୁଇ ବନ୍ଧୁକଧାରୀ ପୁଲିସ, ୧୮ ବର୍ଷୀୟ ବ୍ରଜେଶ ମିଶ୍ର ଏବଂ ୩୦ ବର୍ଷିୟ ଦୀପକ କୁମାର ଏବଂ ଡ୍ରାଇଭର୍‌ ୪୫ ବର୍ଷିୟ ସିଂହ ମଧ୍ୟ ନିହତ ହୋଇଛନ୍ତି। ସିଂହ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ବନ୍ଧୁକଧାରୀ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମରିଥିବା ପ୍ରକାଶ।

ଖବର ପାଇ ଜିଲ୍ଲାପାଳ ସାରିକା ମୋହନ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆନନ୍ଦ କୁଲକର୍ଣ୍ଣି ଦୁର୍ଘଟଣାସ୍ଥଳକୁ ଯାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣା ଯୋଗୁଁ ଶୋକ ପ୍ରକାଶ କରି ଟୁଇଟ୍‌ କରିଛନ୍ତି:

ସମ୍ବନ୍ଧିତ ଖବର