ଏୟାର ଷ୍ଟ୍ରାଇକ୍‌କୁ ନେଇ ବିଜେପି ବିଧାୟକଙ୍କ ବୟାନ : ଭାରତୀୟ ବାୟୁସେନାକୁ ୨ମିନିଟ୍‌ ଅଧିକ ମିଳିଥିଲେ ସେମାନେ ଲାହୋରରେ ଜାତୀୟ ପତାକା ଉଡ଼ାଇ ଦେଇଥାନ୍ତେ

ନୂଆଦିଲ୍ଲୀ: ନିର୍ବାଚନର ତାରିଖ ଘୋଷଣା ହେବା ପରେ ସବୁ ଦଳର ନେତାମାନଙ୍କର ବୟାନବାଜି ଆରମ୍ଭ ହୋଇ ଯାଇଛି । ପରସ୍ପର ବିରୋଧରେ ମନ୍ତବ୍ୟ ଦେବା ସହ ନିଜ ଦଳର ପ୍ରଶଂସା କରୁଥିବା ଦେଖା ଯାଉଛି । ଖାସ୍‌ କରି ବିଜେପି ବାଲାକୋଟ୍‌ରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ର ଶ୍ରେୟ ନେବାକୁ ପ୍ରୟାସ ଜାରି ରଖିଥିବା ବେଳେ ଅନ୍ୟ ଦଳମାନେ ଏହାକୁ ବିରୋଧ କରୁଥିବା ଦେଖା ଯାଉଛି । ତେବେ ଏତେ ସବୁ ବୟାନବାଜି ମଧ୍ୟରେ ବିଜେପି ବିଧାୟକ ସଙ୍ଗୀତ୍‌ ସୋମ୍‌ ଏୟାର ଷ୍ଟ୍ରାଇକ୍‌କୁ ନେଇ ଯେଉଁଭଳି ଭାବରେ ବୟାନ ଦେଇଛନ୍ତି ତା’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଉତ୍ତରପ୍ରଦେଶର ଶାମ୍‌ଲୀକୁ ଏକ ସଭାରେ ଯୋଗ ଦେବାକୁ ଯାଇଥିବା ବେଳେ ସଙ୍ଗୀତ୍‌ ବାଲାକୋଟ୍‌ରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌କୁ ନେଇ ନିଜର ମତ ରଖିଥିଲେ ।

“ବାଲାକୋଟ୍‌ର ଯେଉଁ ପର୍ଯ୍ୟନ୍ତ ଆମ ବାୟୁସେନା ପହଞ୍ଚିଥିଲା, ସେହି ଅଞ୍ଚଳ ଲାହୋରର ବହୁତ ପାଖରେ । ଏତେ ପାଖରେ କି, ଯଦି ଆମ ବାୟୁସେନା ୨ମିନିଟ୍‌ ଅଧିକ ରହିଥାନ୍ତେ, ତା’ହେଲେ ଲାହୋରରେ ଭାରତର ଜାତୀୟ ପତାକା ଉଡ଼ାଇବାରେ ସଫଳ ହୋଇ ପାରିଥାନ୍ତେ” ବୋଲି ଲୋକମାନଙ୍କୁ ସମ୍ବୋଧନ କରି କହିଥିଲେ ବିଜେପି ବିଧାୟକ ସଙ୍ଗୀତ୍‌ ସୋମ୍‌ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର