ଜୟପୁର: ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ସୋମବାର କହିଛନ୍ତି, ହିନ୍ଦୁଙ୍କ ଉପରେ ପ୍ରଭୁତ୍ୱ  ପାଇଁ ମୁସଲମାନମାନେ ଅଧିକ ପିଲା ଜନ୍ମ କରୁଛନ୍ତି। ରାଜସ୍ଥାନର ଅଲଓ୍ଵର ଜିଲ୍ଲାର ଜଣେ ବିଜେପି ବିଧାୟକ ଏଭଳି ବିବାଦୀୟ ମନ୍ତବ୍ୟ ଦେବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଖବର ଅନୁଯାୟୀ ବିଧାୟକ ବନଓ୍ଵାରୀ ଲାଲ ସିଙ୍ଘଲ କହିଛନ୍ତି, ହିନ୍ଦୁମାନେ ଗୋଟିଏ କିମ୍ବା ୨ଟି ପିଲା ଜନ୍ମ କରୁଥିବା ବେଳେ ପାଠ ପଢ଼ା ତଥା ଶିକ୍ଷିତ କରିବାକୁ ଚିନ୍ତା କରିଥାନ୍ତି କିନ୍ତୁ ମୁସଲମାନକୁ ଚିନ୍ତା ଯେ, ଦେଶକୁ କିପରି ନଜର ନିୟନ୍ତ୍ରଣରେ ରଖାଯାଇ ପାରିବ। ଶିକ୍ଷା ଓ ବିକାଶ ମୁସଲମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ। ସେ କହିଛନ୍ତି, ଏହା ତାଙ୍କର ନିଜସ୍ୱ ବ୍ୟକ୍ତିଗତ ବିଚାରଧାରା। ଏହା ପୂର୍ବରୁ ସେ ରବିବାର ଫେସବୁକ୍‌ରେ ନିଜର ବ୍ୟକ୍ତିଗତ ମତାମତ ରଖିଥିଲେ।

ବିଜେପି ବିଧାୟକ ପୋଷ୍ଟରେ ଲେଖିଥିଲେ, ମୁସଲମାନ ଦେଶରେ ରାଜୁତି କରିବାକୁ ଆବଶ୍ୟକତାଠାରୁ ଅଧିକ ପିଲା ଜନ୍ମ କରୁଛନ୍ତି। ସେମାନେ ଦେଶରେ ହିନ୍ଦୁଙ୍କୁ କେଉଁ କୋଣରେ ରଖିବାକୁ ସବୁବେଳେ ଉଦ୍ୟମ କରିଥାନ୍ତି। ସେମାନେ ଚାହାନ୍ତି ଯେ, ଦେଶରେ ମୁସଲିମ୍‌ ରାଷ୍ଟ୍ରପତି, ମୁସଲିମ ପ୍ରଧାନମନ୍ତ୍ରୀ ଓ ମୁସଲିମ୍‌ ମୁଖ୍ୟମନ୍ତ୍ରୀ ରୁହନ୍ତୁ।

ସେ ଲେଖିଥିଲେ ଯେ, ବହୁ ସଂଖ୍ୟାରେ ହେବା ପରେ ଦେଶରେ ମୁସଲମାନ ରାଜନୀତି ଚାଲିବ। ସେମାନେ ହିନ୍ଦୁମାନଙ୍କୁ ନିଚସ୍ତରର ନାଗରିକ ଭଳି ବଞ୍ଚିବାକୁ ଦେବାକୁ ପରିସ୍ଥିତି କରିବେ। ସେମାନଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଯେ, ଲୋକସଂଖ୍ୟା ବୃଦ୍ଧି କରି ଦେଶରେ ରାଜୁତି କରିବା। ସେଥିପାଇଁ ଏଭଳି ଆଇନ ପ୍ରସ୍ତୁତ ହେବା ଦରକାର ଯାହାଦ୍ୱାରା କି ହିନ୍ଦୁ ହେଉ ବା ମୁସଲିମ ସମସ୍ତଙ୍କୁ ୨ଟି ପିଲା ଜନ୍ମ କରିବାକୁ ଅନୁମତି ମିଳିବ।