ମୁମ୍ବାଇ: ରାଗରେ ତାତି ପୁଲିସ କର୍ମୀଙ୍କୁ ଚାପୁଡ଼ା ମାରିଲେ ବିଧାୟକ | ଆଉ ନିଜ ଭୁଲକୁ ସ୍ୱୀକାର କରିବା ବଦଳରେ ଚାପୁଡ଼ା ନୁହେଁ ବରଂ ଠେଲିଦେଇଥିବାର କହିଛନ୍ତି ବିଧାୟକ | ମହାରାଷ୍ଟ୍ରରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରରେ ବିଜେପି ବିଧାୟକ ସୁନୀଲ କାମ୍ବଲେ ଜଣେ ପୁଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଛନ୍ତି । ପୁଣେର ଏକ ଡାକ୍ତରଖାନାରେ ଏକ କାର୍ଯ୍ୟକ୍ରମ ସମୟରେ ସେ ଏହା କରିଥିଲେ। ଘଟଣା ସମୟରେ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରେ ସୁନୀଲ କାମ୍ବଲେ ମଞ୍ଚରୁ ଓହ୍ଲାଇ ଆସୁଥିବାବେଳେ ଜଣେ ପୁଲିସ କର୍ମୀଙ୍କ ସହ ଧକ୍କା ଲାଗିଯାଇଥିଲା | ଆଉ ଏଥିରେ ରାଗିଯାଇ ସୁନୀଲ ସେଠାରେ ଠିଆ ହୋଇଥିବା ଜଣେ ପୁଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ।
#WATCH | Maharashtra | BJP MLA Sunil Kamble was seen slapping a Police personnel during an event at Sassoon Hospital in Pune today. Deputy CM Ajit Pawar was present on the stage at the event when the incident occurred.
Visuals show Sunil Kamble leaving the stage after the… pic.twitter.com/gSXTRmINMr
— ANI (@ANI) January 5, 2024
ତେବେ ଭିଡିଓ ଭାଇରାଲ ହେବା ପରେ ବିଜେପି ବିଧାୟକ ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ, 'ସେ ଚାପୁଡ଼ା ମାରିନଥିଲେ, କେବଳ ଠେଲି ଦେଇଥିଲେ। ବିଧାୟକ କହିଛନ୍ତି, "ମୁଁ କାର୍ଯ୍ୟକ୍ରମରୁ ବାହାରି ଆସିଥିଲି। ମୁଁ ଜଳଖିଆ ମଧ୍ୟ ଖାଇନଥିଲି | ମୁଁ ମୋର ଔଷଧ ଖାଇବାକୁ ଚାହୁଁଥିଲି ତେଣୁ ମୁଁ ଶୀଘ୍ର ବାହାରକୁ ଆସୁଥିଲି। ମୁଁ ଜାଣେ ନାହିଁ କ’ଣ ହେଲା। ମୁଁ କାହାକୁ ଚାପୁଡ଼ା ମାରି ନାହିଁ। ସେହି ବ୍ୟକ୍ତି କିଏ, ମୁଁ ତାଙ୍କୁ ଜାଣି ନଥିଲି। "