ସ୍କୁଲରେ ପଶି ବିଜେପି ବିଧାୟକଙ୍କ ସଦସ୍ୟ ସଂଗ୍ରହ ଅଭିଯାନ

ବାରଣାସୀ: ଉତ୍ତରପ୍ରଦେଶର ସାୟାଦରଜର ବିଜେପି ବିଧାୟକ ସୁଶୀଲ ସିଂ ଏଭଳି କିଛି କରିଛନ୍ତି ଯାହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି | ସୁଶୀଲ ଏକ କଲେଜରେ ପଶି କିଛି ଛାତ୍ରଛାତ୍ରୀଙ୍କୁ ବିଜେପିର ସଦସ୍ୟତା ଅଭିଯାନରେ ସାମିଲ କରିଛନ୍ତି | ବିଜେପିର ଉତ୍ତରୀୟ ସାଙ୍ଗକୁ ବିଜେପିର ନୀତିକୁ ନେଇ ସଂକଳ୍ପ କରାଇଛନ୍ତି ଯାହାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦସ୍ୟତା ଅଭିଯାନର ଆରମ୍ଭ କରିଥିଲେ | ଏହାପରେ ବିଜେପି ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଥିଲା | ତେବେ ବିଧାୟକ ଜଣକ ଅତ୍ୟନ୍ତ ଉତ୍ସାହ ଦେଖାଇ କଲେଜରେ ପହଂଚି ଛାତ୍ରଛାତ୍ରୀଙ୍କୁ ସଦସ୍ୟତା ଅଭିଯାନରେ ସାମିଲ କରିଛନ୍ତି | ବିଧାୟକ ଏହାକୁ ନେଇ କହିଛନ୍ତି ଯେ ଏହା ସଦସ୍ୟତା ସଂଗ୍ରହ ଅଭିଯାନ ନଥିଲା |

ପିଲାମାନେ ନିଜେ ଆସି ବିଜେପି ଉତ୍ତରୀୟ ମାଗିବା ସହ ଫଟୋ ଉଠାଇବାକୁ କହିଥିଲେ | ବିଜେପିର ସଂକଳ୍ପ ଦିଆଯିବା ବାବଦରେ ବିଧାୟକ କହିଛନ୍ତି ଏଭଳି କିଛି କାର୍ଯ୍ୟକ୍ରମ କରାଯାଇନାହିଁ | କେବଳ ଦଳର କାର୍ଯ୍ୟାବଳୀ ବାବଦରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯାଇଥିଲା |

ସମ୍ବନ୍ଧିତ ଖବର