ଇନ୍ଦୋର: ଇନ୍ଦୋର ମହାନଗର ନିଗମ ଅଧିକାରୀଙ୍କୁ ବ୍ୟାଟ୍ରେ ପିଟିବା ହେତୁ ଗିରଫ ହୋଇ ଜେଲ୍ ଯାଇଥିବା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ ଆଜି ଜେଲ୍ରୁ ମୁକୁଳିଛନ୍ତି। ଗତକାଲି ଭୋପାଳ କୋର୍ଟ ଆକାଶଙ୍କୁ ଜାମିନ ମଂଜୁର କରିବାପରେ ଆକାଶ ଆଜି ଜେଲ୍ରୁ ମୁକୁଳିଛନ୍ତି। ଜେଲ୍ରୁ ମୁକୁଳିବାପରେ ଆକାଶଙ୍କୁ ତାଙ୍କ ସମର୍ଥକ ଏବଂ ସମ୍ପର୍କୀୟମାନେ ଫୁଲତୋଡ଼ା ଦେଇ ସ୍ବାଗତ ଜଣାଇଥିଲେ। ଜେଲ୍ରୁ ମୁକୁଳିବାପରେ ଆକାଶ ଆଜି ଗଣମାଧ୍ୟମରେ ନିଜ ମତ ରଖି କହିଛନ୍ତି ଯେ ସେ ଯାହା ବି କରିଛନ୍ତି କିଛି ଭୁଲ୍ କରିନାହାନ୍ତି ଏବଂ ଏଥିପାଇଁ ସେ ଆଦୌ ଦୁଃଖିତ ନୁହନ୍ତି। ଆକାଶ କହିଛନ୍ତି ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେ କାମ କରୁଛନ୍ତି ଏବଂ ଏହି କାର୍ଯ୍ୟ ସେ ବଜାୟ ରଖିବେ।
ଜେଲ୍ରୁ ମୁକୁଳିଲେ ଆକାଶ ବିଜୟବର୍ଗୀୟ
/sambad/media/post_attachments/wp-content/uploads/2019/07/download.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)