କର୍ଣ୍ଣାଟକ ବାଚସ୍ପତି ଦୌଡରେ ବିଜେପିର ବିଧାୟକ ବିଶେଶ୍ୱର ହେଗଡେ

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେପି ବିଧାୟକ ବିଶେଶ୍ୱର ହେଗଡେ | ମୁଖ୍ୟମନ୍ତ୍ରୀ ବିଏସ ୟେଦୂରପ୍ପାଙ୍କ ଉପସ୍ଥିତିରେ ସେ ଆଜି ନାମାଙ୍କନ ଦାଖଲ କରିଛନ୍ତି | ୬ ଥର ବିଧାୟକ ରହିସାରିଥିବା ହେଗଡେ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସିଛନ୍ତି | ବର୍ତ୍ତମାନ ଶିରସି ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଥିବା ହେଗଡେ ଜଣେ ଛାତ୍ର ନେତା ଭାବେ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ |

୨୦୧୮ ବିଧାନସଭା ନିର୍ବାଚନରେ ସେ କଂଗ୍ରେସର ଭୀମନ୍ନା ନାଏକଙ୍କୁ ପରାସ୍ତ କରିଥିଲେ | ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ବିଏସ ୟେଦୂରପ୍ପାଙ୍କ ଜଣେ ଖାସ ସମର୍ଥକ ଭାବେ ହେଗଡେ ଜଣାଶୁଣା | ଏଠାରେ ସୂଚନା ଥାଉ କି କର୍ଣ୍ଣାଟକ ନବ ନିଯୁକ୍ତ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ସୋମବାର ଆସ୍ଥା ଭୋଟରେ ବିଜୟୀ ହୋଇଥିଲେ ।

ବିରୋଧୀ ଦଳ ପକ୍ଷରୁ ମତ ବିଭାଜନ ପାଇଁ ଦାବି କରା ନଯିବା ଫଳରେ ବାଚସ୍ପତି କେ ଆର ‌ରମେଶ କୁମାର ଆସ୍ଥା ଭୋଟରେ ନୂଆ ସରକାର ବିଜୟୀ ହୋଇଥିବା ଘୋଷଣା କରିଥିଲେ । ପରେ ଆସ୍ଥା ଭୋଟରେ ୟେଦୁରପ୍ପା ବିଜୟୀ ହେବା ପରେ ରମେଶ କୁମାର ନିଜ ପଦରୁ ଇସ୍ତଫା ଦେଇଥିଲେ |

ସମ୍ବନ୍ଧିତ ଖବର