‘ଜିରୋ’ ଫିଲ୍ମରୁ ଏହି ସିନ୍‌ ହଟାଇବାକୁ କହିଲେ ଭାଜପା ବିଧାୟକ

ମୁମ୍ବାଇ:ଶାହରୁଖ୍‌ ଖାନଙ୍କ ‘ଜିରୋ’ର ଇତି ମଧ୍ୟରେ ଟ୍ରେଲର୍ ରିଲିଜ୍ ହୋଇଯାଇଛି।ଏହା ଆଗାମୀ ଡିସେମ୍ବର ୨୧ରେ ରିଲିଜ୍‌ ହେବ ଏଥିରେ
ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅନୁଷ୍କା ଶର୍ମା ବି ଅଛନ୍ତି । ଏହାର ନିର୍ଦ୍ଦେଶକ ହେଲେ ଆନନ୍ଦ ଏଲ ରାୟ। ଫିଲ୍ମର ପ୍ରମୋ ଏବଂ ପୋଷ୍ଟରରେ ଶାହରୁଖ୍‌ ଖାନଙ୍କ ବେଶକୁ ନେଇ ଆପତ୍ତି ଉଠାଇଛନ୍ତି ଜଣେ ଭାଜପା ବିଧାୟକ। ସେ ହେଲେ ମନଜିନ୍ଦର ସିଂହ ଶୀର୍ଷା। ସେ ଦିଲ୍ଲୀ ଗୁରୁଦ୍ୱାରା ପରିଚାଳନା ସମିତିର ସାଧାରଣ ସଂପାଦକ ମଧ୍ୟ। ‘ଜିରୋ’ର ପ୍ରମୋ ଏବଂ ପୋଷ୍ଟରରେ ଯେଉଁଭଳି ଶାହାରୁଖ୍‌ ଏକ ଅଣ୍ଡରଓୟାର୍‌ ପିନ୍ଧି ହାତରେ ଶିଖମାନଙ୍କର ପବିତ୍ର କୃପାଣ ଧରିଛନ୍ତି ତାକୁ ନେଇ ମନଜିନ୍ଦର ସିଂହ ଶୀର୍ଷା ଖୁବ୍‌ ଉତକ୍ଷିପ୍ତ ହୋଇଛନ୍ତି।

ସେ କହିଛନ୍ତି ଏହା ଶିଖ୍‌ ସମାଜଲାଗି ଅପମାନସୂଚକ। ଫିଲ୍ମରୁ ଏହି ସିନ୍‌ ହଟାଇବାଲାଗି ମନଜିନ୍ଦର ସିଂହ ଶୀର୍ଷା ଉଭୟ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ଏବଂ ଅଭିନେତା ଶାହରୁଖ୍‌ ଖାନଙ୍କୁ ପତ୍ର ଲେଖିଛନ୍ତି । ଯଦି ତାହା କରା ନଯାଏ ତେବେ ସିନେମାହଲ ଆଗରେ ଶିଖ୍‌ ସମାଜ ବିକ୍ଷୋଭ ପ୍ରଦର୍ଶନ କରିବେ ଏବଂ ରିଲିଜ୍‌ ହେବାକୁ ଦେବେନି ବୋଲି ସେ ଚେତାବନୀ ଦେଇଛନ୍ତି। ଖାଲି ସେତିକି ନୁର୍ଡେ ଏସଂପର୍କ ଦିଲ୍ଲୀ ପୁଲିସକୁ ବି ସୂଚନା ଦେଇଛନ୍ତି ମନଜିନ୍ଦର ସିଂହ ଶୀର୍ଷା।

ସମ୍ବନ୍ଧିତ ଖବର