କଂଗ୍ରେସ ମନ୍ତ୍ରୀଙ୍କ ପୁଅକୁ ବାହା ହେବେ ବିଜେପି ବିଧାୟକଙ୍କ ଝିଅ

ବେଙ୍ଗାଲୁରୁ: ବିଜେପିର ଟାଣୁଆ ନେତା ତଥା ବିଧାୟକ ବି. ଶ୍ରୀରାମୁଲୁଙ୍କ ସହ ପୌରପାଳିକା ପ୍ରଶାସନ ମନ୍ତ୍ରୀ ରମେଶ ଜାର୍କିହୋଲି ଚଳାଇଥିବା କଥାବାର୍ତ୍ତା ଯୋଗୁଁ କଳ୍ପନାଜଳ୍ପନା ଚାଲିଥିବା ବେଳେ ଖବର ମିଳିଛି କି, ଉଭୟଙ୍କ ପରିବାର ମଧ୍ୟରେ ବୈବାହିକ ସମ୍ପର୍କ ହୋଇ ପାରେ।

ଖବର ମଳିଛି ଦୁଇ ପରିବାର ବାଲ୍ମିକୀ ସମ୍ପ୍ରଦାୟର ହୋଇଥିବାରୁ ଶ୍ରୀରାମୁଲୁଙ୍କ ଝିଅ ସହ ଜାର୍କିହୋଲିଙ୍କ ଦ୍ୱିତୀୟ ପୁତ୍ରଙ୍କ ପାଇଁ ବିବାହ ପ୍ରସ୍ତାବ ପଡ଼ିଛି। ଶ୍ରୀରାମୁଲୁଙ୍କ ଝିଅ ସମ୍ପ୍ରତି ଲଣ୍ଡନ୍‌ରେ ପାଠ ପଢୁଛନ୍ତି। ଉଭୟ ପରିବାରର ପାଖ ଲୋକଙ୍କ ଠାରୁ ପ୍ରକାଶ ଯେ କଥାବର୍ତ୍ତା ସରିଛି ଖୁବ୍‌ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ।

ଜାର୍କିହୋଲିଙ୍କ ପ୍ରଥମ ପୁତ୍ରଙ୍କ ବାହାଘର ୨୦୧୬ ମସିହା ନଭେମ୍ବର ୨୧ ତାରିଖରେ ବେଲାଗାବି ଅନ୍ତର୍ଗତ ଗୋକକରେ ସମ୍ପାଦିତ ହୋଇଥିଲା।

ସମ୍ବନ୍ଧିତ ଖବର