କୋଲକାତା: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିଜେପିର କୁଚ୍‌ବିହାରଠାରେ ହେବାକୁ ଥିବା ଦଳୀୟ ରଥଯାତ୍ରାକୁ ଅନୁମତି ନ ଦେବା ପ୍ରସଙ୍ଗରେ ଆଜି ବିଜେପି ର ପଶ୍ଚିମବଙ୍ଗ ଶାଖା କଲିକତା ହାଇକୋର୍ଟ ଖଣ୍ଡପୀଠରେ ମାମଲା ଦାୟର କରିଛନ୍ତି। ଜଷ୍ଟିସ ବି ସୋମାଦାର ଓ ଜଷ୍ଟିସ ଏ ମୁଖାର୍ଜୀଙ୍କୁ ନେଇ ଗଠିତ ହାଇକୋର୍ଟର ଖଣ୍ଡପୀଠ ବିଜେପିର ଏହି ମାମଲାକୁ ଗ୍ରହଣ କରିବା ସହିତ ଆାଜି ଅପରାହ୍ଣ ୨ଟା ୧୫ ମିନିଟ ସମୟରେ ଏହାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ ଯେ କଲିକତା ହାଇକେର୍ଟେର ସିଙ୍ଗଲ ବେଞ୍ଚ ବିଜେପିର କୁଚ୍‌ବିହାର ରଥାଯାତ୍ରା ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲେ।ଏହି ରଥଯାତ୍ରାକୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ପତାକା ଦେଖାଇ ଉଦ୍‌ଘାଟନ କରିବାର କାଯ୍ୟକ୍ରମ ଥିଲା। ମାତ୍ର ରଥଯାତ୍ରା ଯୋଗୁଁ ସାମ୍ପ୍ରଦାୟିକ ହିଂସା ବୃଦ୍ଧି ପାଇବ ବୋଲି ପଶ୍ଚିମବଙ୍ଗ ସରକାର ହାଇକୋର୍ଟରେ ଜଣାଇବା ସହିତ ଏହାଦ୍ୱାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲିି କହିଥିଲେ। ଫଳରେ ସିଙ୍ଗଲ ବେଞ୍ଚ କୋର୍ଟ ବିଜେପିକୁ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରି ନ ଥିଲେ। ସିଙ୍ଗଲ ବେଞ୍ଚଙ୍କ ଏହି ରାୟ ବିରୋଧରେ ଆଜି ବିଜେପିି ହାଇକୋର୍ଟର ଡିଭିଜନ ବେଞ୍ଚରେ ମାମଲା ଦାୟର କରିଛି।

Advertisment

publive-image ବିଜେପି ପକ୍ଷରୁ ବରିଷ୍ଠ ନେତା ମୁକୁଲ ରାୟ କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସରକାର ଙ୍କ ସୁରକ୍ଷା ବ୍ୟବସ୍ଥା ଢ଼ିଲା ଓ ସେମାନେ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବଲା କରି ପାରିବେ ନାହିଁ, ତେବେ ପଶ୍ଚିମବଙ୍ଗରେ ତୁରନ୍ତ ରାଷ୍ଟ୍ରପତି ଶାସନ ଜାରି ହେବା ଉଚିତ।