ଭୋପାଳ: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ରାସ୍ତାର ଦାବି ନେଇ ଜଣେ ଅନ୍ତସତ୍ତ୍ବା ମହିଳା ସାଂସଦଙ୍କୁ କଟାକ୍ଷ କରିଥିଲେ।  ଏହି କଟାକ୍ଷର ଜବାବ ଦେଇଛନ୍ତି ସାଂସଦ।

Advertisment

ନଅ ମାସର ଗର୍ଭବତୀ ଥିବା ଲୀଲା ସାହୁ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ରାସ୍ତା ଅଭାବରୁ ହସ୍ପିଟାଲ ଯିବା ପାଇଁ ତାଙ୍କ ଭଳି ଗ୍ରାମରେ ଥିବା ଅନ୍ତସତ୍ତ୍ବା ମହିଳାମାନଙ୍କୁ କିଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି ତାହାକୁ ବଖାଣିଥିଲେ। 

ଲୀଲାଙ୍କ ଏହି ଭିଡିଓ ଭାଇରାଲ ହେବା ପରେ, ବିଜେପି ସାଂସଦ ଡକ୍ଟର ରାଜେଶ ମିଶ୍ର ଏବଂ ପିଡବ୍ଲୁଡି ମନ୍ତ୍ରୀ ରାକେଶ ସିଂହ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି।

ଲୀଲାଙ୍କ ଦାବିକୁ ନେଇ ବିଜେପି ସାଂସଦ ଡକ୍ଟର ରାଜେଶ ମିଶ୍ର କହିଛନ୍ତି,‘ ରାସ୍ତା ତିଆରି କରିବାକୁ ସମୟ ଲାଗେ। ଅନେକ ସମୟରେ ବିଭିନ୍ନ କାରଣରୁ କାମ ବନ୍ଦ ହୋଇଯାଏ। ଖାମ୍ ରାସ୍ତାଟି ଗତ ୧୦ ବର୍ଷ ଧରି ନିର୍ମାଣାଧୀନ ଅଛି; କିଛି କାମ ଏବେ ବି ବାକି ଅଛି। ଜଙ୍ଗଲ ଯୋଗୁଁ କିଛି ବାଧା ସୃଷ୍ଟି ହେଉଛି। 

ରାସ୍ତା କୌଣସି ବିଶ୍ୱକର୍ମା ତିଆରି କରନ୍ତି ନାହିଁ ଏହା ମଣିଷ ଦ୍ବାରା ନିର୍ମାଣ କରାଯାଏ। ରାମାୟଣରେ ଦେଖାଯାଇଥିଲା ଯେ ଭଗବାନ ବିଶ୍ୱକର୍ମା ଚମତ୍କାର ଭାବରେ ଏକ ନୂତନ ନଗର ନିର୍ମାଣ କରିଥିଲେ, କିନ୍ତୁ ବାସ୍ତବରେ ଏହା ଘଟେ ନାହିଁ। 

ଲୀଲା ସାହୁ ଯେଉଁ ରାସ୍ତା ବିଷୟରେ କହୁଛନ୍ତି ତାହା ଚୁରହାଟ ଏବଂ ଧୋନି ବିଧାନସଭା ନିର୍ବାଚନମଣ୍ଡଳୀକୁ ସଂଯୋଗ କରୁଛି। ରାସ୍ତା ସାଂସଦଙ୍କ ଦ୍ୱାରା ତିଆରି ହୁଏ ନାହିଁ, ଇଞ୍ଜିନିୟର ଏବଂ ବୈଷୟିକ ଦଳ ଦ୍ୱାରା ନିର୍ମିତ ହୋଇଥାଏ। ପ୍ରଥମେ ଏକ ସର୍ଭେ କରାଯାଏ, ତା'ପରେ ଡିପିଆର ପ୍ରସ୍ତୁତ କରାଯାଏ। 

ଗୋଟିଏ ରାସ୍ତା ତିଆରି କରିବାକୁ ଦୁଇ-ତିନି ବର୍ଷ ସମୟ ଲାଗେ। ଯେଉଁ ରାସ୍ତା ବିଷୟରେ କଥା ଉଠିଛି, ତାହାର ସମସ୍ତ ପ୍ରକ୍ରିୟା ସ୍ଥିର ହୋଇଛି। ଗଣମାଧ୍ୟମକୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି। ଏଥିରେ ମୋତେ କାହିଁକି ଅଯଥାରେ ଟାର୍ଗେଟ କରାଯାଉଛି? ଯଦି ଆମେ ପ୍ରସବ ବିଷୟରେ କଥା ହେଉ, ତେବେ ସେହି ଗାଁରେ ଆହୁରି ଅନେକ ମହିଳା ଥିବେ ଯେଉଁମାନେ ପୂର୍ବରୁ ପ୍ରସବ କରିସାରିଥିବେ। ଆମ ସରକାର ରୋଗୀମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି ଏବଂ  ଆବଶ୍ୟକ ପଡ଼ିଲେ  ବିମାନ ସେବା ମାଧ୍ୟମରେ ଚିକିତ୍ସା ଯୋଗାଇ ଦେଉଛନ୍ତି।

ଏହା ବ୍ୟତୀତ  ଆମ୍ବୁଲାନ୍ସ ଏବଂ ଆଶା କର୍ମୀଙ୍କ ଯଥା ସମ୍ଭବ ସୁବିଧା ରହିଛି। ଡେଲିଭରି ହେବାର ଏକ ଆଶାକରାଯାଉଥିବା ତାରିଖ ଡାକ୍ତର ପ୍ରଦାନ କରିଥାଆନ୍ତି। ଯଦି ତୁମେ ଆମକୁ କହିବ, ଆମେ ଗୋଟିଏ ସପ୍ତାହ ପୂର୍ବରୁ ତୁମକୁ ସୁରକ୍ଷିତ ଭାବେ ଉଠାଇ ନେଇ ଆସିବୁ।  ମୋର  ପ୍ରଶ୍ନ ଯେ ମୋ ପୂର୍ବରୁ ଏଠାରେ ଥିବା କଂଗ୍ରେସ ନେତାମାନେ ଏହି ରାସ୍ତା ପାଇଁ କ'ଣ କରିଥିଲେ