ସନ୍ତକବୀର ନଗର: ବିଜେପି ବିଧାୟକଙ୍କୁ ସଭା ମଝିରେ ନିର୍ଦ୍ଧୁମ ଛେଚିଲେ ବିଜେପି ସାଂସଦ । ଭାରତୀୟ ଜନତା ପାର୍ଟିର ସାଂସଦ ଶରଦ ତ୍ରିପାଠୀ ନିଜର ଦଳର ବିଧାୟକ ରାକେଶ ସିଂଙ୍କୁ ଜୋତାରେ ଛେଚିପକାଇଲେ । ଉତ୍ତରପ୍ରଦେଶର ସନ୍ତକବୀର ନଗର ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ବୈଠକ ବସିଥିବା ସମୟରେ ବିଜେପି ବିଧାୟକ ଓ ବିଜେପି ସାଂସଦଙ୍କ ମଧ୍ୟରେ କୌଣସି ଏକ ପ୍ରକଳ୍ପର ଶିଳାନ୍ୟାସ ନେଇ ବଚସା ହୋଇଥିଲ । ଦେଖୁ ଦେଖୁ ଝଗଡ଼ା ମାଡ଼ଗୋଳରେ ପରିଣତ ହୋଇଗଲା ।
सांसद शरद त्रिपाठी ने विधायक को चप्पल से पीटा ।
दूसरे एंगल से वीडियो। pic.twitter.com/daQVbZumX1— Anil Tiwari (@Interceptors) March 6, 2019
ସୂଚନା ଅନୁସାରେ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଏକ ପ୍ରକଳ୍ପର ଶିଳାନ୍ୟାସ ନେଇ ଯୁକ୍ତତର୍କ ହୋଇଥିଲା । ତେବେ ବଚସା ଭିତରେ ଅତର୍କିତ ଭାବେ ବିଜେପି ସାଂସଦ ଶରଦ ତ୍ରିପାଠୀ ନିଜର ଜୋତା ଖୋଲି ବିଧାୟକଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ପ୍ରଥମେ ବିଧାୟକ ଜଣକୁ ୧୦-୧୫ ଜୋତାମାଡ଼ ଖାଇ ସାରିବା ପରେ ସାଂସଦଙ୍କ ଉପରେ ଥାପଡ଼ ବର୍ଷା କରିଥିଲେ । ତେବେ ସେଠାରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀ ଉଭୟଙ୍କୁ ଅଲଗା କରିଥିଲେ।