ସର୍ବବୃହତ୍‌ ସ୍ୱାସ୍ଥ୍ୟ ସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରି ମୋଦି ଭାଷଣ ଦେଉଥିବା ସମୟରେ ମଞ୍ଚରେ ଶୋଇ ପଡ଼ିଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶନିବାର ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଦ୍ୱାରା ପ୍ରାୟ ୫୦ କୋଟି ଭାରତୀୟ ଉପକୃତ ହେବେ ବୋଲି ସେ ଘୋଷଣା କରିଥିଲେ। ତେବେ ମହାରାଷ୍ଟ୍ରର ଅହମଦନଗରରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଷଣ ଦେଉଥିଲେ। ଏହାର ସିଧା ପ୍ରସାରଣ ବି ଚାଲିଥିବା, ଏହି ସମୟରେ ମଞ୍ଚ ଉପରେ ବିଜେପି ସାଂସଦ ଦିଲୀପ ଗାନ୍ଧି ଶୋଇ ପଡ଼ିଥିବାର ଏକ ଦୃଶ୍ୟ ଥିବା ଭିଡିଓ ସାମ୍ନାକୁ ଆସିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଉଲ୍ଲେଖଯୋଗ୍ୟ, ଆୟୁଷ୍ମାନ ଭାରତ ଯୋଜନାକୁ ‘ପ୍ରଧାନମନ୍ତ୍ରୀ ଜନ ଆୟୋଗ ଅଭିଯାନ’ ବୋଲି ମଧ୍ୟ କୁହାଯାଉଛି। ଏହାର ଲକ୍ଷ ହେଉଛି ପଛୁଆ ବର୍ଗର ପରିବାରଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଯୋଜନା ମୁତାବକ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। ୫୦କୋଟି ଲୋକଙ୍କୁ ଏହି ଯୋଜନାର ଲାଭ ମିଳିବ। ତେବେ ଏହି ଯୋଜନାରେ ୫ଟି ରାଜ୍ୟ ସାମିଲ ହୋଇ ନାହିଁ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ତେଲେଙ୍ଗାନା, ଓଡ଼ିଶା, ଦିଲ୍ଲୀ, କେରଳ ଏବଂ ପଞ୍ଜାବ ଆଦି ରହିଛି। ଯେଉଁମାନେ କି ଏବେ ସୁଦ୍ଧା କେନ୍ଦ୍ର ସହ ସ୍ୱାକ୍ଷର କରିନାହାନ୍ତି।

ସମ୍ବନ୍ଧିତ ଖବର