ନୂଆଦିଲ୍ଲୀ: ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀରଙ୍କ ପାଖକୁ ଦୁଇଥର ହତ୍ୟା ଧମକ ଆସିଥିଲା। ପ୍ରଥମ ଗତ ମଙ୍ଗଳବାର ବିଳମ୍ବିତ ରାତି ଆସିଥିବା ବେଳେ ଦ୍ବିତୀୟ ଧମକ ଗତ ବୁଧବାର ଦ୍ବିପହର ସମୟରେ ଇମେଲ ଜରିଆରେ ଆସିଥିଲା।
‘ଆଇଏସ୍ଆଇଏସ୍-କଶ୍ମୀର’ରୁ ଏହି ହତ୍ୟା ଧମକ ଆସିଥିବା ଗୌତମ ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ଏହି ଧମକ ପୂର୍ଣ୍ଣ ମେଲ ଯେଉଁ ସିଷ୍ଟମରୁ ପଠା ଯାଇଥିଲା ତାହାର ଆଇପି ଆଡ୍ରେସ ପାକିସ୍ତାନର ବୋଲି କୁହାଯାଉଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଦିଲ୍ଲୀ ପୁଲିସ ଗୁଗୁଲକୁ ସୂଚନା ମାଗିଥିଲେ। ଗୁଗୁଲ ଯେଉଁ ସୂଚନା ଦେଇଛି ସେଥିରୁ ଜଣାପଡ଼ିଛି କି, ଗୌତମ ଗମ୍ଭୀରଙ୍କୁ ଧମକପୂର୍ଣ୍ଣ ଇମେଲ ପାକିସ୍ତାନରୁ ପଠାଯାଇଛି। ଏଥିସହିତ ମେଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ବି ଜଣାପଡ଼ିଛି। ଗୌତମଙ୍କୁ ସାହିଦ ହମିଦ ନାମକ ଆକାଉଣ୍ଟରୁ ଏହି ହତ୍ୟା ଧମକ ଆସିଥିଲା। ଏହି ଘଟଣାର ଦିଲ୍ଲୀ ପୁଲିସ ଯାଞ୍ଚ କରୁଥିବା ବେଳେ ଅନ୍ୟ ଏଜେନ୍ସି ବି ଏନେଇ କାମ କରୁଛନ୍ତି।
ଦୁଇଦୁଇଥର ଗୌତମଙ୍କୁ ହତ୍ୟା ଧମକ ମିଳିବା ପରେ କେନ୍ଦ୍ରାଞ୍ଚଳ ‘ଡିସିପି’ ଶ୍ବେତା ଚୌହାନ କହିଛନ୍ତି, ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/975173-gautam-gambhir.jpg)