ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ଚାଲୁଥିବା ବେଳେ ପଛପଟେ ବସି ଏଭଳି କାମ କରୁଥିଲେ କିରଣ ଖେର୍‌, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ଲୋକସଭାରେ ଜାନୁଆରି ୮ରେ ୮ଘଣ୍ଟା ଧରି ସବର୍ଣ୍ଣ ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ଜାରି ରହିଥିଲା । ଆଲୋଚନା ଚାଲୁଥିବା ବେଳେ ସମସ୍ତେ ସଂରକ୍ଷଣ ବିଲ୍‌କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରୁଥିବା ବେଳେ କିରଣ ଖେର୍‌ ଯାହା କରୁଥିଲେ ତାହାର ଭିଡିଓ ଏବେ ଭାଇରାଲ ହୋଇଛି । ସବର୍ଣ୍ଣ ସଂରକ୍ଷଣ ଭଳି ଏକ ଗମ୍ଭୀର ବିଷୟ ଉପରେ ଆଲୋଚନା ଚାଲିଥିବା ବେଳେ କିରଣଙ୍କ ଏପରି କାମ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି । ଭାଇରାଲ ହେଉଥିବା ୨୪ ସେକେଣ୍ଡର ଏହି ଭିଡିଓରେ ସେ ଭିନ୍ନ ଭିନ୍ନ ପ୍ରକାରର ମୁଖଭଙ୍ଗୀ କରୁଥିବାର ଦେଖାଯାଇଛି। ଏହା କରି ସୋସିଆଲ ମିଡିଆରେ ଏବେ ସେ ଟ୍ରୋଲ ହୋଇଛନ୍ତି ।

ସୂଚନା ମୁତାବକ, ସବର୍ଣ୍ଣ ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ଚାଲୁଥିବା ବେଳେ ସେ ନିଜ ଆଗରେ ବସିଥିବା ତାଙ୍କର ଜଣେ ସାଥୀଙ୍କୁ ନିଜର ସାଲ୍‌ ଦେଖାଇ କିଛି କହୁଥିବାର ଭିଡିଓରେ ଦେଖା ଯାଇଛି। ଏହା ସହ ଭିନ୍ନ ଭିନ୍ନ ପ୍ରକାରର ମଖଭଙ୍ଗୀ କରୁଥିବା ଦେଖା ଯାଇଛି । ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କିରଣଙ୍କ ଏଭଳି କାମ ରାହୁଲଙ୍କ ଆଖି ମାରିବା କାମ ସହ ତୁଳନା କରିବା ଆରମ୍ଭ କରିଛନ୍ତି । କିଛି ବ୍ୟବହାରକାରୀ ତାଙ୍କୁ ‘ଆକ୍ସିଡ଼େଣ୍ଟାଲ ଏମପି’ ବୋଲି ମଧ୍ୟ କହିଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର