ନୂଆଦିଲ୍ଲୀ: ବଢ଼ିପାରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଡୁଆ । ସିଜେଆଇଙ୍କ ଉପରେ ସାଂସଦଙ୍କ ବିବାଦୀୟ ଟିପ୍ପଣୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।  ଆସନ୍ତା ସପ୍ତାହରେ ଆବେଦନ ଉପରେ ଶୁଣାଣି କରିବେ କୋର୍ଟ । ନିଶିକାନ୍ତ ଦୁବେ ସିଜେଆଇ ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ବଡ ବୟାନ ଦେଇଥିଲେ । ଏପରିକି ସୁପ୍ରିମକୋର୍ଟଙ୍କ ବିରୋଧରେ ମଧ୍ୟ ବିଜେପି ସାଂସଦ ବିଷୋଦଗାର କରିଥିଲେ ।

Advertisment

ନିଶିକାନ୍ତ କହିଥିଲେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସଂସଦରେ ଆଇନ ପ୍ରସ୍ତୁତ କରାଯାଏ । ସଂସଦର ଏହି କ୍ଷମତା ଉପରେ ସୁପ୍ରିମକୋର୍ଟଙ୍କ ବିବାଦ ବଢୁଛି । ଯଦି ସୁପ୍ରିମକୋର୍ଟ ଆଇନ ତିଆରି କରିବେ , ତେବେ ସଂସଦର ଭୂମିକା କ’ଣ ରହିବ ? ତେଣୁ ସଂସଦକୁ ବନ୍ଦ କରିଦେବା ଉଚିତ । ଏଥିସହ ସାଂସଦ କହିଥିଲେ ସିଜେଆଇ ମଧ୍ୟ ନିଜ ଭୂମିକାକୁ ସଜାଡ଼ିବା ଆବଶ୍ୟକ ।

ଦେଶରେ ସାମ୍ପ୍ରଦାୟିକ ହିଂସା ବଢୁଛି ଓ ଏଥିପାଇଁ ସିଜେଆଇ ଦାୟୀ । ଦେଶକୁ ସୁପ୍ରିମକୋର୍ଟ ଅରାଜକତା ଆଡ଼କୁ ନେବାକୁ ଚାହୁଛନ୍ତି। ବିଲ୍ ଅନୁମୋଦନ ପ୍ରସଙ୍ଗରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସୁପ୍ରିମକୋର୍ଟ ସମୟଧାର୍ଯ୍ୟ କରିବା ଯଥାର୍ଥ ନୁହେଁ । ୱାକଫ ଆଇନ ଓ ଅନ୍ୟାନ୍ୟ ବିଲରେ କୋର୍ଟ କେବଳ ତର୍ଜମା କରିବା ଉଚିତ ।