ଛତିଶଗଡରେ ଏଥର ସମସ୍ତ ଲୋକସଭା ସଦସ୍ୟଙ୍କ ଟିକେଟ୍‌ କାଟିଲା ଭାଜପା

ରାୟପୁର: ଭାରତୀୟ ଜନତା ପାର୍ଟି ଛତିଶଗଡରେ ଏଥର ସମସ୍ତ ଲୋକସଭା ସଦସ୍ୟଙ୍କ ଟିକେଟ୍‌ କାଟିଛି। ଏପରିକି ଛଅ ଥର ସାଂସଦ ଥିବା ରମେଶ ବୈଶଙ୍କୁ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନରେ ଟିକେଟ୍‌ ଦେଇ ନାହିଁ। ରାୟପୁର ଆସନରୁ ରମେଶ ବୈଶଙ୍କ ସ୍ଥାନରେ ସୁନୀଲ ସୋନୀଙ୍କୁ ପ୍ରାର୍ଥୀ କରିଛି ଦଳ। ଏଠାରେ ସୂଚନାଯୋଗ୍ୟ ଯେ ଗତ ଲୋକସଭା ନିର୍ବାଚନରେ ଭାଜପା ୧୧ ରୁ ୧୦ଟି ଆସନରେ ବିଜୟୀ ହୋଇଥିଲା। ଛତିଶଗଡରେ ଏଥର ଦଳ ନୂଆ ମୁହଁଙ୍କ ଉପରେ ଅଧିକ ଭରସା କରିଛି।

ଭାଜପା ଏଥର ରାଜନାନ୍ଦଗାଓଁରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ରମଣ ସିଂହଙ୍କ ପୁଅ ଅଭିଷେକ ସିଂହଙ୍କୁ ମଧ୍ୟ ପ୍ରାର୍ଥୀ କରିନାହିଁ। ତାଙ୍କ ସ୍ଥାନରେ ସେହି ଆସନରେ ସନ୍ତୋଷ ପାଣ୍ଡେଙ୍କୁ ଟିକେଟ୍‌ ଦେଇଛି। ଠିକ୍‌ ସେହିପରି ଭାରତୀୟ ଜନତା ପାର୍ଟି ବିଳାସପୁର ଆସନରୁ ଅରୁଣ ସ,ଦୁର୍ଗରୁ ବିଜୟ ବଘେଲ୍‌,ମହାସମୁନ୍ଦ ଆସନରୁ ଚୁନ୍ନୀଲାଲ୍‌ ସାହୁଙ୍କୁ ଟିକେଟ୍‌ ଦେଇଛି। ଭାରତୀୟ ଜନତା ପାର୍ଟି ଛତିଶଗଡ଼ରେ ନୂଆ ପ୍ରାର୍ଥୀ ଦେଇ ଆଗାମୀ ଲୋକସଭା ନିର୍ବାଚନରେ କେତେ ସଫଳ ହେଉଛି,ତାହା ଦେଖିବା କଥା।

ସମ୍ବନ୍ଧିତ ଖବର