ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବିବାଦୀୟ ବୟାନ, ହିନ୍ଦୁମାନେ ଘରେ ଛୁରି ପଝେଇ ରଖ

ଶିବ‌ମୋଗା : ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ରବିବାର ଦିନ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା‌ ପ୍ରସଙ୍ଗରେ କହିବା ସମୟରେ ପ୍ରଜ୍ଞା‌ ଠାକୁର କହିଥିଲେ ହିନ୍ଦୁମାନଙ୍କ ସମ୍ମାନ ଏବଂ ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣର ଜବାବ ଦେବାର ଅଧିକାର ‌ହିନ୍ଦୁମାନଙ୍କର ରହିଛି। ପ୍ରଜ୍ଞା ଠାକୁର କହିଛନ୍ତି, ଲଭ୍‌ ଜିହାଦରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସମାନ ଢଙ୍ଗରେ ଜବାବ ଦିଅ। ନିଜ ଝିଅମାନଙ୍କୁ ସୁରକ୍ଷା ଦିଅ। ସେମାନଙ୍କୁ ଉଚିତ ମୂଲ୍ୟବୋଧ ଶିଖାଅ।

ତେବେ ଶିବମୋଗାର ହର୍ଷଙ୍କ ସମେତ ଅନ୍ୟ ହିନ୍ଦୁ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପ୍ରସଙ୍ଗରେ ଟିପ୍ପଣୀ ରଖି ପ୍ରଜ୍ଞା ସିଂହ ଠାକୁର କହିଛନ୍ତି, ସୁରକ୍ଷା ପାଇଁ ଘରେ ଛୁରି ପଝେଇ ରଖ। ଠାକୁର କହିଛନ୍ତି, ଘରେ ଅସ୍ତ୍ର ରଖ। ଯଦି କିଛି ନାହିଁ ତେବେ ପରିବା କାଟିବାପାଇଁ ବ୍ୟବହୃତ ଛୁରି ପଝେଇ ରଖ। କେତେବେଳେ କ’ଣ ପରିସ୍ଥିତି ଉପୁଜିବ ତାହା କେହି ଜାଣିନାହାନ୍ତି। ସମସ୍ତଙ୍କର ଆତ୍ମରକ୍ଷା‌ କରିବାର ଅଧିକାର ରହିଛି। ଯଦି କେହି ଆମ ଘରେ ଅନୁପ୍ରବେଶ କରି ଆମକୁ ଆକ୍ରମଣ କରେ ତେବେ ଆମର ବି ଉଚିତ ଜବାବ ଦେବାର ଅଧିକାର ରହିଛି।

ସମ୍ବନ୍ଧିତ ଖବର