ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରବି କିଶନ
ଗ୍ଵାଲିୟର : ଉତ୍ତରପ୍ରଦେଶର ଗୋରଖପୁରରୁ ଲୋକସଭା ସାଂସଦ ଥିବା ରବି କିଶନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରବିବାର ସେ ବିମାନ ଯୋଗେ ଗ୍ଵାଲିୟରରୁ ଆସୁଥିବା ସମୟରେ ବିମାନରେ ତ୍ରୁଟି ଯୋଗଁ ମଝି ଆକାଶରେ ଅଟକି ଯାଇଥିଲା ବିମାନ । ଯାହା ପରେ ପାଇଲଟ୍ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବିମାନକୁ ପୁଣି ଥରେ ଗ୍ଵାଲିୟର ବିମାନବନ୍ଦରରେ ଅବତରଣ କରାଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସାଂସଦ ରବି କିଶନ ଗ୍ଵାଲିୟରରେ ଆୟୋଜିତ ହୋଇଥିବା ସ୍ୱେଚ୍ଛାନୁଦାନ ରାଶି ବିତରଣ ସମ୍ମାନ ସମାରୋହରେ ଯୋଗ ଦେବାକୁ ଯାଇଥିଲେ । କାମ ସାରି ଦିଲ୍ଲୀ ଯିବା ପାଇଁ ଗ୍ଵାଲିୟର ବିମାନବନ୍ଦରରେ ପହଞ୍ଚିଥିଲେ ରବି କିଶନ । ତେବେ ବିମାନଟି ଗ୍ଵାଲିୟର ବିମାନବନ୍ଦରରୁ ଉଡ଼ାଣ ଭରି କିଛି ବାଟ ଯିବା ପରେ ଉପରେ ଇଞ୍ଜିନରେ ତ୍ରୁଟି ଦେଖାଯାଇଥିଲା । ଯାହା ପାଇଁ ବିମାନକୁ ଦିଲ୍ଲୀ ଅଭିମୁଖେ ନିଆ ନ ଯାଇ ପୁଣି ଥରେ ଗ୍ଵାଲିୟରରେ ଅବତରଣ କରାଯାଇଥିଲା ।