ଲକ୍ଷ୍ନୌ : ଉତ୍ତରପ୍ରଦେଶର ଏକ କୋର୍ଟ ଶୁକ୍ରବାର ବିଜେପି ଏମ୍ପି ରୀତା ବହୁଗୁଣା ଯୋଷୀ ଓ ଅନ୍ୟ ୪ ଜଣଙ୍କୁ ୨୦୧୨ର ଏକ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ସେତେବେଳେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଥିଲେ। ନିର୍ବାଚନ ପ୍ରଚାରର ଅନ୍ତିମ ତାରିଖ ପରେ ବି ସେ ରୢାଲି କରିଥିଲେ ଓ ଏହି ରୢାଲିରେ ବହୁ ସଂଖ୍ୟାରେ ଗାଡ଼ି ଓ ମାଇକ୍ ବ୍ୟବହାର କରିଥିଲେ। ଯୋଷୀ ବର୍ତ୍ତମାନ ଆଲ୍ଲହାବାଦରୁ ବିଜେପିର ସାଂସଦ ଅଛନ୍ତି।
ବିଜେପି ଏମ୍ପି ରୀତା ବହୁଗୁଣା ଯୋଷୀ ଦୋଷୀ ସାବ୍ୟସ୍ତ
୨୦୧୨ରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରିଥିଲେ
/sambad/media/post_attachments/wp-content/uploads/2022/11/rita-bahuguna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)