ପଥର ଫିଙ୍ଗାଳିଙ୍କୁ ଗୁଳି କରି ମାରିଦେବା ଉଚିତ: ବିଜେପି ସାଂସଦ

ଶ୍ରୀନଗର: କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କଶ୍ମୀରରେ ପଥର ଫିଙ୍ଗାଳିଙ୍କ ବିରୋଧରେ ଥିବା ମାମଲା ଖୁବ୍‌ଶୀଘ୍ର ପ୍ରତ୍ୟାହାର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କିଛି ଦିନ ନଯାଉଣୁ ଆଜି ଜଣେ ବିଜେପି ସାଂସଦ ଡିପି ଭାଟ୍ସ ପଥର ଫିଙ୍ଗାଳିଙ୍କୁ ଗୁଳି କରି ମାରିଦେବା ଉଚିତ୍‌ କହି ବିବାଦଘେରକୁ ଟାଣିହୋଇ ଆସିଛନ୍ତି। ବିଜେପି ରାଜ୍ୟସଭା ସାଂସଦ ଭାଟ୍ସଙ୍କର ଏଭଳି ବୟାନ ଆଜି ଜମ୍ମୁ କଶ୍ମୀରରେ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ବିରୋଧରେ ଯାଇଛି।

ସମ୍ବନ୍ଧିତ ଖବର