ଭାଷଣ ମଝିରେ ସୁଷମା ସ୍ୱରାଜଙ୍କ ନାଁ ଭୁଲିଗଲେ ବିଜେପି ସାଂସଦ

ଲକ୍ଷ୍ନୌ : କାନପୁରରୁ ଥିବା ଭାରତୀୟ ଜନତା ପାର୍ଟିର ସାଂସଦ ଭାଷଣ ମଝିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ନାଁ ଭୁଲିଯିବା ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି । ମଙ୍ଗଳବାର ସୁଷମା ସ୍ୱରାଜ ଦିଲ୍ଲୀର ଏମ୍ସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ସାରା ଦେଶରେ କୋହର ବାତାବରଣ ସୃଷ୍ଟି ହୋଇଥିଲା । ତାଙ୍କ ବିଷୟରେ କହିବାକୁ ଯାଇ ବିଜେପି ସାଂସଦ ସତ୍ୟଦେବ ପଚୌରୀ ତାଙ୍କ ନାଁ ଭୁଲି ଯାଇଥିବା ଜଣା ପଡ଼ିଛି ।

Image result for bjp-mp-satyadev-pachauri-forget-name-of-sushma-swaraj-during-speech-video-viral
Twitter

ନିଜ ଭାଷଣରେ, ଯାହାଙ୍କ ମୃତ୍ୟୁ ହେଲା ଏବେ, ତାଙ୍କ ନାଁ କ’ଣ ଥିଲା? ଏମିତି କହି ତଳକୁ ଦେଖିବାକୁ ଲାଗିଲେ ସତ୍ୟଦେବ । ଏହା ପରେ ପଛରୁ ଜଣେ ତାଙ୍କୁ ସୁଷମା ସ୍ୱରାଜଙ୍କ ନାଁ କହିଥିଲେ । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ଆସିଥିଲେ ସାଂସଦ ସତ୍ୟଦେବ ପଚୌରୀ । ତାଙ୍କୁ ସ୍ୱାଗତ କରି ମିଠା ବଣ୍ଟାଯିବା ସହ ଏକ ବୈଠକ ରଖାଯାଇଥିଲା । ଯାହା ପରେ ସେ ଲୋକମାନଙ୍କୁ ସମ୍ବୋଧନ କରି ଭାଷଣ ଦେବା ଆରମ୍ଭ କରିଥିଲେ । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିଷୟରେ ଅଲୋଚନା କରି ଏହି ଧାରା ଉଚ୍ଛେଦ ପାଇଁ ପ୍ରଥମେ ଶ୍ରୀମତି…..ବୋଲି କହି ଅଟକି ଯାଇଥିଲେ ପଚୌରୀ । ସୁଷମା ସ୍ୱରାଜଙ୍କ ନାଁ ତାଙ୍କର ମନେ ପଡ଼ି ନଥିଲା । ପଛପଟୁ ଜଣେ କହିବା ପରେ ସେ ନିଜ ଭାଷଣକୁ ଆଗକୁ ବଢ଼ାଇଥିଲେ ।

ସମ୍ବନ୍ଧିତ ଖବର