ନୂଆଦିଲ୍ଲୀ : ନିର୍ବାଚନର ତାରିଖ ଯେତେ ପାଖେଇ ଆସୁଛି, ବିରୋଧୀ ଦଳମାନଙ୍କ ମଧ୍ୟରେ ବୟାନବାଜି ସେତେ ବଢ଼ିବାରେ ଲାଗିଛି । ଅନେକ ଦିନରୁ ନିଜ ମନରେ ଚାପି ରଖିଥିବା ପୁରୁଣା କଥାକୁ କିଛି ନେତା ଏବେ ଖୋଲି ବିପକ୍ଷ ଦଳର ନେତାମାନଙ୍କ ଅସଲ ଚେହେରା ସାମ୍ନାକୁ ଆଣୁଛନ୍ତି। ଏବେ ବିଜେପି ନେତା ଏବଂ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ କଂଗ୍ରେସ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିଉଜ୍ ନେସନ୍ ଟିଭି ଚାନେଲକୁ ସାକ୍ଷାତକାର ଦେଇ ସେ ଅନେକ ରାଜ୍ ଉପରୁ ପରଦା ଉଠାଇଛନ୍ତି ।
ତାଙ୍କ କହିବା ଅନୁଯାୟୀ, ସୋନିଆ ଗାନ୍ଧୀ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଇଂରାଜୀରେ ଡିଗ୍ରୀ କରିଥିବା ନେଇ ଦାବି କରିଥିଲେ । କିନ୍ତୁ ମୁଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଯିବା ପରେ ସେଠାରେ ସୋନିଆ ଗାନ୍ଧୀ ପଢ଼ି ନ ଥିବା ଜାଣିବାକୁ ପାଇଥିଲି । ଯାହା ପରେ ମୁଁ ଏହି ମାମଲାକୁ ନେଇ କୋର୍ଟ ଯିବା ପରେ ସେ ନିଜର ଏହି ଦାବିକୁ ହଟାଇ ଦେଇଥିଲେ । ଅସଲରେ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ି ଇଂଲଣ୍ଡରେ କାମ କରୁଥିଲେ । ୧୬ବର୍ଷ ବୟସରେ ସେ କାମ କରିବା ପାଇଁ ଭାରତ ଚାଲି ଆସିଥିଲେ ।
/sambad/media/post_attachments/wp-content/uploads/2019/04/sonia-gandhi_647_101515090718_032417115539-300x187.jpg)
ସୋନିଆଙ୍କ ପରେ ସେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଅଟଳଜୀ ନଥିଲେ, ରାହୁଲ ଜେଲ୍ ଚାଲି ଯାଇ ଥାନ୍ତେ ବୋଲି କହିଥିଲେ । ରାହୁଲ ଗାନ୍ଧୀ ବୋଷ୍ଟନ ବିମାନବନ୍ଦରରେ ୧ଲକ୍ଷ ୬୦ହଜାର ଡଲାର ସହ ଧରା ପଡ଼ିଥିଲେ । ସେ ସମୟରେ ଭାରତରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବାରୁ ଅଟଳଜୀ ତାଙ୍କୁ ଯାଇ ମୁକୁଳାଇଥିଲେ । ନହେଲେ ସେ ଜେଲ୍ ଚାଲି ଯାଇଥାନ୍ତେ ବୋଲି କହିଥିଲେ ସୁବ୍ରମଣ୍ୟମ୍ ସ୍ୱାମୀ । ବିରୋଧି ଦଳ ବିପକ୍ଷରେ ଏଭଳି ବୟାନ ଦେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।