ଦିଲ୍ଲୀ ସରକାରୀ ଅଧିକାରୀଙ୍କ ଉପରେ କେମିକାଲ ଢାଳିବାକୁ ବିଜେପି ସାଂସଦଙ୍କ ଧମକ

ନୂଆଦିଲ୍ଲୀ : ବିଜେପିର ପଶ୍ଚିମ ଦିଲ୍ଲୀ ସାଂସଦ ପରବେଶ ବର୍ମା ଶୁକ୍ରବାର ଏକ ବିବାଦୀୟ ବୟାନ ଦେଇଛନ୍ତି। ଛଟ୍‌ ପୂଜା ଅବସରରେ ଯମୁନା ଘାଟ ଯାଞ୍ଚ କରୁଥିବା ଜଣେ ସରକାରୀ ଅଫିସରଙ୍କ ଉପରେ ବର୍ମା ଚିତ୍କାର କରିଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଦେଢ଼ ମିନିଟ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ବର୍ମା ଦିଲ୍ଲୀ ଜଳ ବୋର୍ଡର ଜଣେ ଅଫିସରଙ୍କ ଉପରେ କେମିକାଲ ଢାଳିବାପାଇଁ ଧମକ ଦେଉଛନ୍ତି। ଯମୁନା ନଦୀରେ ଫେଣ ନିୟନ୍ତ୍ରଣ ପାଇଁ ବିହୀତ ପଦକ୍ଷେପ ନିଆଯାଉନଥିବାରୁ ସେ ସରକାରୀ ଅଧିକାରୀଙ୍କ ଉପରେ କେମିକାଲ ଢାଳିବାକୁ ଧମକ ଦେଇଥିଲେ। ୮ ବର୍ଷ ଧରି ଏ ଦିଗରେ କାହିଁକି ପଦକ୍ଷେପ ନେଇନାହଁ ବୋଲି ବର୍ମା ଉତ୍ତେଜିତ ହୋଇ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର