ମମତାଙ୍କୁ ବିରୋଧ କରିବାକୁ ଲକଡାଉନ ନିୟମ ଭାଙ୍ଗିଲେ ବିଜେପି ସାଂସଦ!

ନୂଆଦିଲ୍ଲୀ: ସମଗ୍ର ଦେଶବାସୀ କରୋନା ଭୂତାଣୁ ବିରୋଧରେ ଲଢ଼ୁଛନ୍ତି । ସମସ୍ତ ସତର୍କତା ଅବଲମ୍ବନ କରି ଲୋକମାନେ ସାମାଜିକ ଦୂରତା ଏବଂ ଲକଡାଉନ୍ ନିୟମ ଅନୁସରଣ କରୁଛନ୍ତି | ଏହି ସମୟରେ ପଶ୍ଚିମବଙ୍ଗ ବିଜେପିର ନେତାମାନେ ରବିବାର ଦିନ ମମତା ସରକାରଙ୍କ ବିରୋଧରେ ଦିଲ୍ଲୀରେ ପ୍ରଦର୍ଶନ କରିଥିଲେ। ପଶ୍ଚିମବଙ୍ଗର ବିଜେପି ନେତାମାନେ ଏକତ୍ରିତ ହୋଇ ଲକଡାଉନ୍ ନିୟମକୁ ଭାଙ୍ଗିଥିବାର ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ବିଜେପି ଦଳର ସାଂସଦମାନେ ରବିବାର ଦିନ ବିଜେପି ସାଂସଦ ବାବୁଲ ସୁପ୍ରିଓଙ୍କ ବାସଭବନରେ ଏକାଠି ହୋଇଥିଲେ।

ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ବିରୋଧ କରିବାକୁ ଚେଷ୍ଟା କରୁଥିବା ବିଜେପି ସାଂସଦମାନେ ଲକଡାଉନ ନିୟମ ଭାଙ୍ଗିଥିଲେ । ଲକଡାଉନ୍ ଭାଙ୍ଗିବା ପ୍ରଶ୍ନ ଉପରେ ବିଜେପି ସାଂସଦ ବାବୁଲ ସୁପ୍ରିଓ, ଜ୍ୟୋତିର୍ମୟ ସିଂ ଏବଂ ସ୍ବପ୍ନ ଦାସ କୌଣସି ଉତ୍ତର ନ ଦେଇ ପଶ୍ଚିମବଙ୍ଗର ମମତା ସରକାରଙ୍କ ଉପରେ ବର୍ଷିଥିଲେ | ରାଜ୍ୟରେ କରୋନା ପୀଡିତଙ୍କ ସମ୍ପର୍କରେ ତୃଣମୂଳ କଂଗ୍ରେସ ସରକାର ତଥ୍ୟ ଲୁଚାଉଛନ୍ତି ବୋଲି ଅଭିଯୋଗ କରିଥିଲେ ।

ରାଜ୍ୟରେ ପହଞ୍ଚିଥିବା କେନ୍ଦ୍ରୀୟ ଟିମ୍‌କୁ ସହଯୋଗ କରାଯିବ ବୋଲି ଆଶ୍ବାସନା ଦେଇଥିବା ମମତା ସରକାର ବାସ୍ତବରେ ସହଯୋଗ କରୁ ନାହାନ୍ତି ଏବଂ ତଥ୍ୟ ଲୁଚାଉଥିବା ଅଭିଯୋଗ କରିବା ସହ ରାଜ୍ୟ ସରକାର କୋଭିଡ୍‌ ୧୯ ହସ୍ପିଟାଲ, କ୍ବାରାଣ୍ଟିନ୍‌ ସେଣ୍ଟର ଏବଂ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ବାବଦ ତଥ୍ୟ ଉପଲବ୍ଧ କରୁନାହାନ୍ତି ବୋଲି କହିଥିଲେ | ତେବେ ଲକଡାଉନ ସ୍ଥିତିରେ କିଭଳି ସାଂସଦମାନେ ଏକାଠି ହେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି |

ସମ୍ବନ୍ଧିତ ଖବର