ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ୨୦୧୯ ଲୋକସଭା ନିର୍ବାଚନ ବଲିଉଡ ଅଭିନେତ୍ରୀ ତଥା ମଥୁରାରୁ ବିଜେପି ପ୍ରାର୍ଥୀ ହେମା ମାଳିନୀଙ୍କ ପାଇଁ ଶେଷ ନିର୍ବାଚନ ହେବ। ଏହା ପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଶୁଣିବାକୁ ମିଳିଛି। ତେବେ ୨୦୧୪ଲୋକସଭା ନିର୍ବାଚନରେ ପୂର୍ବତନ ସାଂସଦ ଜୟନ୍ତ ଚୌଧୁରୀଙ୍କୁ ୩ ଲକ୍ଷ ୩୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ମଥୁରାରେ ହେମା ମାଳିନୀ ବିଜୟ ହାସଲ କରିଥିଲେ।

Advertisment

publive-image New Indian Express

ମଥୁରାରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ହେମା ମାଳିନୀ ଗତ ସୋମବାର (୨୫ମାର୍ଚ୍ଚ) ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ ସମକ୍ଷରେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ କରିବା ପରେ ସେ ଆଉ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।

publive-image Times of India

ହେମା  କହିଛନ୍ତି, ‘ଆସନ୍ତା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ। ଏହା ପରଠୁ ମୁଁ ଆଉ ନିର୍ବାଚନ ଲଢିବି ନାହିଁ । ଦଳରେ ରହିବି ଓ ଲୋକଙ୍କ ସେବା କରିବି। ଯୁବବର୍ଗଙ୍କୁ ରାଜନୀତିରେ ପ୍ରବେଶ କରିବା ପାଇଁ ସୁଯୋଗ ଦେବା ଲାଗି ମୁଁ ଏଭଳି ନିଷ୍ପତି ନେଇଛି।’