ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ବିଜେପିର ଦଳୀୟ ପ୍ରାର୍ଥୀ ହେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ/ ନୂଆଦିଲ୍ଲୀ: କଂଗ୍ରେସ ସହ ନିଜର ୧୮ ବର୍ଷର ପୁରୁଣା ସଂପର୍କକୁ ଛିନ୍ନ କରି ଆଜି ଅପରାହ୍ଣରେ ବିଜେପିରେ ଆନୁଷ୍ଠାନକ ଭାବେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ନିଜର ରାଜ୍ୟସଭା ପ୍ରାର୍ଥୀଭାବେ ଆଜି ସନ୍ଧ୍ୟାରେ ଘୋଷଣା କରିଛି। ମଧ୍ୟପ୍ରଦେଶର ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏହି ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ମଧ୍ୟପ୍ରଦେଶର ୩ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶରେ ବିଭିନ୍ନ ରାଜନୈତିକ ଦଳର ବିଧାୟକମାନଙ୍କର ସଂଖ୍ୟା ଯାହା ରହିଛି ସେଥିରେ ଉଭୟ ବିଜେପି ଓ କଂଗ୍ରେସ ପ୍ରଥମ ପସନ୍ଦ ଭୋଟ ଜରିଆରେ ନିଜର ଜଣେଜଣେ ପ୍ରାର୍ଥୀଙ୍କୁ ନିର୍ଦ୍ଦନ୍ଦ୍ୱରେ ନିର୍ବାଚିତ କରାଇ ପାରିବା ବେଳେ ତୃତୀୟ ଆସନ ପାଇଁ ନିର୍ବାଚନ ହେବ।

NDTV

୪୯ ବର୍ଷ ବୟସ୍କ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୂର୍ବରୁ ୨୦୦୧ ମସିହା ଠାରୁ ମଧ୍ୟପ୍ରଦେଶର ଗୋନା ସଂସଦୀୟ କ୍ଷେତ୍ରରୁ ୪ ଥର ସାଂସଦ ରହି ସାରିଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସକୁ ଶାସନ କ୍ଷମତାକୁ ଆଣିବାରେ ଜ୍ୟୋତିରାଦିତ୍ୟଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତେବେ, କମଲନାଥ ମୁଖ୍ୟମନ୍ତ୍ରୀ ହେବାପରେ ଜ୍ୟେତିରାଦିତ୍ୟଙ୍କୁ ପ୍ରତି ଅସହିଷ୍ଣୁ ହୋଇ ପଡ଼ିଥିଲେ। କଂଗ୍ରେସ ପ୍ରାର୍ଥୀରୂପେ ଜ୍ୟେତିରାଦିତ୍ୟ ରାଜ୍ୟସଭାକୁ ମନୋନୀତ ହେବାକୁୂ ଲକ୍ଷ୍ୟ ରଖିଥିଲେ ମଧ୍ୟ ଏଥିରେ ବଡ଼ ପ୍ରତିବନ୍ଧକ ସାଜିଥିଲେ କମଲନାଥ। ଯେଉଁ କାରଣ ପାଇଁ ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର