ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି)ର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ଜାନୁଆରୀ ୧୬-୧୭ ରେ ଦିଲ୍ଲୀରେ ଅନୁଷ୍ଠିତ ହେବ । ଏଥିରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ଅନୁମୋଦନ କରାଯିବାର ସମ୍ଭାବନା ରହିଛି ।

Advertisment

ଦଳୀୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରଣନୀତି ଉପରେ ବିଚାର ବିମର୍ଶ କରିବ। ଏହା ସହିତ ଆସନ୍ତା ବର୍ଷର ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ମନ୍ତ୍ରୀ ଏବଂ ଦେଶର ବରିଷ୍ଠ ନେତାମାନେ ଏହି ବୈଠକରେ ଯୋଗଦେବେ । ଦଳର ସଭାପତି ଭାବରେ ନଡ୍ଡାଙ୍କ ତିନି ବର୍ଷର କାର୍ଯ୍ୟକାଳ ଚଳିତ ମାସ ଶେଷରେ ଶେଷ ହେବ ଏବଂ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି ହେବାର ସମସ୍ତ ସମ୍ଭାବନା ରହିଛି ।

ବିରୋଧୀ ଦଳଗୁଡ଼ିକ ମଧ୍ୟରେ ବ୍ୟାପକ ଏକତା ଏବଂ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଜୋଡୋ ଯାତ୍ରା ପରିପ୍ରେକ୍ଷୀରେ, କଂଗ୍ରେସ ଏହାକୁ "ଘୃଣା ଏବଂ ବିଭାଜନ" ରାଜନୀତିରେ ଲିପ୍ତ ଥିବା ଅଭିଯୋଗ କରୁଥିବାରୁ ବିଜେପି ଏହି ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବାର ସମ୍ଭାବନା ରହିଛି ।