ନିଶାଗ୍ରସ୍ତ ଅବସ୍ଥାରେ ହାତରେ ବନ୍ଧୁକ ଧରି ‘ରାଣା ଜୀ ମାଫ କରନା’ ଗୀତରେ ନାଚିଲେ ବିଜେପି ବିଧାୟକ, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ : ଜଣେ ସାମ୍ବାଦିକଙ୍କୁ ଧମକାଇଥିବାରୁ ଦଳରୁ ବହିଷ୍କୃତ ହୋଇଥିଲେ ଉତ୍ତରାଖଣ୍ଡର ବିଜେପି ବିଧାୟକ କୁଅଁର ପ୍ରଣବ ସିଂହ ଚାମ୍ପିୟନ । ଏବେ ପୁଣି ତାଙ୍କର ଏକ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଭିଡିଓରେ ଚାମ୍ପିୟନ ମଦ ପିଇବା ସହ ହାତରେ ବନ୍ଧୁକ ଧରି ନାଚୁଥିବା ଦେଖା ଯାଇଛି । ‘ରାଣା ଜୀ ମାଫ କରନା’ ଗୀତରେ ଚାମ୍ପିୟନ ନାଚୁଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ, ମାମଲା ବିଷୟରେ ତଦନ୍ତ ହେବ । ଚାମ୍ପିୟନ ଧରିଥିବା ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ ତାହାର ମଧ୍ୟ ତଦନ୍ତ କରାଯିବ ବୋଲି କହିଛି ପୁଲିସ ।
BJP MLA Pranav Champion who was recently suspended from the party for threatening a journalist, seen in a viral video brandishing guns. Police says, “will look into the matter and also verify if the weapons are licensed or not.” (Note: Abusive language) pic.twitter.com/AbsApoYR2g
— ANI (@ANI) July 10, 2019
ଅନ୍ୟ ପକ୍ଷରେ, ବିଜେପିର ରାଷ୍ଟ୍ରୀୟ ମିଡିଆ ଇନ୍ଚାର୍ଜ ଅନୀଲ ବଲୁନୀଙ୍କ କହିବା ଅନୁଯାୟୀ, ମୁଁ ଭିଡିଓ ଦେଖିଛି ଏବଂ ଏହାକୁ କଡ଼ା ନିନ୍ଦା କରୁଛି । ଚାମ୍ପିୟନଙ୍କ ବିରୋଧରେ ପୂର୍ବରୁ ଏଭଳି ଅଭିଯୋଗ ଆସି ସାରିଛି । ଯାହା ପାଇଁ ତାଙ୍କୁ ପୂର୍ବରୁ ୩ମାସ ପାଇଁ ଦଳରୁ ବହିଷ୍କାର କରାଯାଇଥିଲା । ଏ ନେଇ ଉତ୍ତରାଖଣ୍ଡ ୟୁନିଟ୍ ସହ କଥା ହୋଇ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।