ଏହି ତିନି ବିଜେପି ନେତା ଏବେ ଖୁବ୍ ଚର୍ଚ୍ଚାରେ , ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ସଫଳତା ପଛରେ ଯେଉଁମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ,ସେମାନଙ୍କ ମଧ୍ୟରୁ ତିନିଜଣ ନେତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ତିନିଜଣ ହେଲେ ଓଡ଼ିଶା ପ୍ରଭାରୀ ଅରୁଣ ସିଂହ,ପଶ୍ଚିମବଙ୍ଗ ପ୍ରଭାରୀ କୈଳାସ ବିଜୟବର୍ଗୀୟ  ଓ ସାଧାରଣ ସଂପାଦକ ରାମ ମାଧବ। ଏହି ତିନିଜଣ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରୁ କାହାରିକୁ  କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇ ନଥିବା ହେତୁ ସେମାନେ ନିରାଶ ଥିବା କୁହାଯାଉଛି।

ପ୍ରଧାନମନ୍ତ୍ରୀ ତାଙ୍କର ମନ୍ତ୍ରୀମଣ୍ଡଳରେ ପୂର୍ବତନ ଆଇଏଏସ,ଆଇଏଫଏସ,ତିନିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତିନିଟି ରାଜ୍ୟର ପ୍ରଦେଶ ବିଜେପି ସଭାପତିଙ୍କୁ ସ୍ଥାନ ଦେଇଛନ୍ତି। କିନ୍ତୁ ଏଥିରେ ଦଳର କେତେକ ପଦାଧିକାରୀଙ୍କୁ  ସ୍ଥାନ ମିଳିନାହିଁ।

ବିଜେପିର ସଂଗଠନକୁ ଶକ୍ତିଶାଳୀ କରିଥିବା ଯୋଗୁଁ ୨୦ଟି ରାଜ୍ୟରେ ପାର୍ଟି ଅଦ୍ଭୂତପୂର୍ବ ପ୍ରଦର୍ଶନ କରିଛି। ଏହି କାମରେ ନିୟୋଜିତ ରହି ନିଜର ଦକ୍ଷତା ପ୍ରତିପାଦନ କରି କୈଳାସ ବିଜୟବର୍ଗୀୟ ପଶ୍ଚିମବଙ୍ଗରେ ୪୨ ରୁ ୧୮ଟି  ଲୋକସଭା ଆସନ ବିଜୟୀ କରାଇଛନ୍ତି। ଠିକ୍‌ ସେହିପରି ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ମଧ୍ୟ ଓଡ଼ିଶାର ୨୧ରୁ ୮ଟି ଆସନରେ ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର