ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଧନବାଦରୁ ବାବୁଲାଲ ମାରାଣ୍ଡିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଷଢେଇକେଲାରୁ ଚମ୍ପାଇ ସୋରେନଙ୍କୁ ଟିକେଟ ମିଳିଛି । ସେପଟେ ଜେଏମଏମ ଛାଡିଥିବା ସୀତା ସୋରେନଙ୍କୁ ଜାମତାରାରୁ ବିଜେପି ପ୍ରାର୍ଥୀ କରିଛି । ସୀତା ସୋରେନ ହେଉଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ।

Advertisment

ସେହିପରି ଚାଇବାସାରୁ ଗୀତା ବାଲମୁଚୁ, ଜଗନ୍ନାଥପୁରରୁ ଗୀତା କୋଡା ଓ ପୋଟ୍କାରୁ ମୀରା ମୁଣ୍ଡାଙ୍କୁ ଟିକେଟ୍ ଦିଆଯାଇଛି। ଆଜି ମଧ୍ୟ ଜେଏମଏମ ପକ୍ଷରୁ କଂଗ୍ରେସ ସହିତ ନିଜର ଆସନ ବୁଝାମଣା ସଂପର୍କରେ ଘୋଷଣା କରିଥିଲା । ଶନିବାର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଘୋଷଣା କରିଛନ୍ତି ଯେ 'ଇଣ୍ଡିଆ' ମେଣ୍ଟ ଏକାଠି ନିର୍ବାଚନ ଲଢ଼ିବ। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଜେଏମଏମ ଏବଂ କଂଗ୍ରେସ ୭୦ ଟି ଆସନରେ ଲଢ଼ିବେ । ଏହାପରେ ବିଜେପି ମଧ୍ୟ ନିଜର ପ୍ରଥମ ତାଲିକା ଜାରି କରିଛି ।

ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡରେ ୧୩ ନଭେମ୍ବର ଓ ୨୦ ନଭେମ୍ବରରେ ମତଦାନ ହେବ ଓ ନଭେମ୍ବର ୨୩ରେ ଗଣତି ହେବ। ଝାଡ଼ଖଣ୍ଡରେ ୮୧ ଟି ଆସନ ଥିବାବେଳେ ମୋଟ ୨.୬ କୋଟି ଭୋଟର  ଅଛନନ୍ତି।  ୧୧.୮ ଲକ୍ଷ ପ୍ରଥମ ଥର ଭୋଟର ଅଛନ୍ତି। ରାଜ୍ୟର ୨୦୨୮୧ ଟି ସ୍ଥାନରେ ୨୯୫୬୨ ଟି ମତଦାନ କେନ୍ଦ୍ର ରହିଛି।