ଭୋପାଳ: ମଧ୍ୟପ୍ରଦେଶ ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ଘେରିଛନ୍ତି। ମଧ୍ୟପ୍ରଦେଶର ମୋରେନାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ରାହୁଲ ରାଫେଲ୍ ଚୁକ୍ତି ପ୍ରସଙ୍ଗେର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯଦି ରାଫେଲ୍ ଚୁକ୍ତି ହାଲ୍କୁ ଦିଆଯାଇଥାନ୍ତା ତେବେ ଶହ ଶହ ନିଯୁକ୍ତି ସୃଷ୍ଟି ହୋଇ ପାରିଥାନ୍ତା। କିନ୍ତୁ ମୋଦୀ ତାହା ନକରି ଏହି ଚୁକ୍ତିକୁ ଅନୀଲ ଅମ୍ବାନି କମ୍ପାନିକୁ ଦେଲେ। ଫଳରେ ଅନେକ ଲୋକ ନିଯୁକ୍ତିରୁ ବଞ୍ଚିତ ହେଲେ। ମୋଦୀ ଏଭଳି କରି ଗରିବ ଶ୍ରେଣୀ ଲୋକଙ୍କ ସ୍ବାର୍ଥ ପ୍ରତି ଆଖିବୁଜିଦେଇଛନ୍ତି। ତେଣୁ ବିଜେପି କେବଳ କେତେକ ଧନୀଙ୍କ ପାଇଁ କାମ କରୁଛି। ଅନ୍ୟପକ୍ଷରେ କୃଷକ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ଏହି ଦଳ ଅଣଦେଖା କରୁଛି। ଆଦିବାସୀ ଏକତା ପରିଷଦ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ ବିଜେପିକୁ ଭର୍ତ୍ସନା କରି କହିଛନ୍ତି, ଯଦି ତୁମେ ଧନୀଙ୍କୁ ସାହାଯ୍ୟ କରିବାକୁ ଚାହୁଛ କର। କିନ୍ତୁ ଏଥିସହ କୃଷକ ଓ ଗରିବ େଶ୍ରଣୀର ଲୋକଙ୍କୁ ବି ସାହାଯ୍ୟ କର। ସେମାନଙ୍କୁ କାହିଁକି ଅଣଦେଖା କରୁଛ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।
ବିଜେପି କେବଳ ଧନୀଙ୍କର, ରାହୁଲ
/sambad/media/post_attachments/wp-content/uploads/2018/10/modi_rahul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)