ସୁରତ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଜୁନ୍ ୪ରେ ପ୍ରକାଶ ପାଇବ। ଏହାପୂର୍ବରୁ ବିଜେପି ଖାତା ଖୋଲିଛି। ଗୁଜରାଟର ସୁରତ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶଭାଇ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ଆସନରେ ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ପ୍ରାର୍ଥୀ ନୀଳେଶ କୁମ୍ବାନିଙ୍କ ନାମାଙ୍କନପତ୍ର ପ୍ରସ୍ତାବକଙ୍କ ଜାଲ ସ୍ବାକ୍ଷର ଯୋଗୁଁ ନାକଚ ହୋଇଯାଇଥିଲା। ସେହିଭଳି କଂଗ୍ରେସର ଅନ୍ୟ ବିକଳ୍ପ ପ୍ରାର୍ଥୀ ସୁରେଶ ପାଦସାଳାଙ୍କ ନାମାଙ୍କନପତ୍ର ମଧ୍ୟ ଅନୁରୂପ ଅଭିଯୋଗରେ ଖାରଜ ହୋଇଯାଇଥିଲା। ଏହାପରେ ବିଏସ୍ପି ପ୍ରାର୍ଥୀ ପ୍ୟାରେଲାଲ ଭାରତୀ ଓ ଅନ୍ୟ ୪ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଥିଲେ। ଫଳରେ ମୁକେଶଭାଇଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି। ବିଜେପି ଏହି ଆସନକୁ ୧୯୮୪ରୁ ନିଜ ଦଖଲରେ ରଖିଛି। ତେବେ ଏହି ଫଳାଫଳକୁ କଂଗ୍ରେସ ମ୍ୟାଚଫିକ୍ସିଂ କହି ସମାଲୋଚନା କରିଛି।
ସୁରତରୁ ଖାତା ଖୋଲିଲା ବିଜେପି
/sambad/media/post_attachments/wp-content/uploads/2024/04/sffshfhsfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)