ନୂଆଦିଲ୍ଲୀ : ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଜେପିର ଦଶନ୍ଧି ଧରି ଚାଲିଆସୁଥିବା ମରୁଡ଼ିର ଅନ୍ତ ଘଟାଇଛି। ଦୀର୍ଘ ୨୭ ବର୍ଷ ପରେ ରାଜଧାନୀରେ ଫୁଟିଛି 'ପଦ୍ମ'। ଦିଲ୍ଲୀରେ ବିପୁଳ ବିଜୟ ପରେ ବିଜେପି ଓ ଏନଡିଏ ମେଣ୍ଟ ଏବେ ୧୯ଟି ରାଜ୍ୟରେ ଶାସନ କରୁଛି। ୨୦୧୮ରେ ବିଜେପି ମେଣ୍ଟ ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲା। ସେତେବେଳେ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡରେ ସରକାର ଗଠନ କରି ୨୧ଟି ରାଜ୍ୟରେ ପହଂଚିଥିବା ଏନଡିଏ ଦେଶର ସର୍ବାଧିକ ରାଜ୍ୟରେ ସରକାର ଗଠନ କରିବାର ରେକର୍ଡ ରଖିଥିଲା । ଏହା ସହିତ ବିଜେପି ମେଣ୍ଟ ଇନ୍ଦିରାଙ୍କ କାର୍ଯ୍ୟକାଳରେ କଂଗ୍ରେସର ରେକର୍ଡ ସହ ମେଳ ଖାଇଛି।

Advertisment

୨୦୨୪ ଲୋକସଭା ନିର୍ବାଚନ ଜିତିବା ପରେ ନରେନ୍ଦ୍ର ମୋଦି ରେକର୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ବିଜେପି ଚଳିତ ବର୍ଷ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକ୍କିମ, ଓଡ଼ିଶା, ଜମ୍ମୁ-କଶ୍ମୀର, ହରିୟାଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ନିର୍ବାଚନ ଲଢ଼ି ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଅରୁଣାଚଳ, ଓଡ଼ିଶା, ହରିୟାଣା ଓ ମହାରାଷ୍ଟ୍ରରେ ବିଜୟୀ ହୋଇଥିଲା।