ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ଉଭୟ ଗୃହରେ ବିରୋଧୀଙ୍କ ହଙ୍ଗାମାକୁ ପ୍ରଧାନମନ୍ତ୍ରୀ ଲୋକତନ୍ତ୍ର ଓ ସମ୍ବିଧାନ ପ୍ରତି ଅପମାନ ବୋଲି କହିଛନ୍ତି । ମଙ୍ଗଳବାର ଦିନ ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ବିରୋଧୀଦଳମାନଙ୍କ ଦ୍ୱାରା ସଂସଦ ନଚଳାଇ ଦେବାକୁ ଲୋକତନ୍ତ୍ର ତଥା ସମ୍ବିଧାନ ପ୍ରତି ଅପମାନ ବୋଲି କହିଛନ୍ତି । ସେ କହିଛନ୍ତି ସରକାର ଓ ସାଂସଦମାନଙ୍କ ଦ୍ୱାରା ଏଭଳି ପଦକ୍ଷେପ ନିଆଯିବା ଦରକାର, ଯେଭଳି ସଂସଦ ସୂଚାରୁରୂପେ ଚାଲି ପାରିବ । ଏହି ବୈଠକରେ ମେଡିକାଲ ପାଠ୍ୟକ୍ରମରେ ଓବିସି ବର୍ଗଙ୍କୁ ସଂରକ୍ଷଣ ଦେଇଥିବାରୁ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକ ପରେ କେନ୍ଦ୍ରମନ୍ତ୍ରୀ ବି, ମୂରଲୀଧରନ ସୂଚନା ଦେଇ କହିଥିଲେ କି ସଂସଦୀୟଦଳ ବୈଠକ ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଆରମ୍ଭ ହୋଇଥିଲା । ଏଥିରେ ଜିଏସଟି ଆଦାୟ, ଟୋକିଓ ଅଲମ୍ପିକ୍ସ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ ।
କହିରଖୁ କି ଉଭୟ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ ଗୋଟିଏ ବି ଦିନ ପୁରା ଆଲୋଚନା ହୋଇ ନାହିଁ । ପେଗାସସ୍, କୋଭିଡ ପରିଚାଳନା ଓ ଦରବୃଦ୍ଧିକୁ ନେଇ ସରକାରଙ୍କୁ ବାରମ୍ବାର ଘେରିଛନ୍ତି ବିରୋଧୀ । ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ବାଚଷ୍ପତ୍ତିଙ୍କୁ ବାରମ୍ବାର ଗୃହ ମୁଲତବି କରିବାକୁ ପଡୁଛି ।
ଏହି କ୍ରମରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୪ ଟି ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ସଂସଦ ପରିସରକୁ ସାଇକେଲରେ ଯାତ୍ରା କରିଥିଲେ ।