ବିଜେପି ସଂସଦୀୟ ଦଳ ବୈଠକରେ ମୋଦୀଙ୍କ ଆହ୍ବାନ:ଗାନ୍ଧୀ ଜୟନ୍ତୀରୁ ପଟେଲ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା

ନୂଆଦିଲ୍ଲୀ: ଦିଲ୍ଲୀରେ  ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀ ଜୟନ୍ତୀରୁ ପଟେଲ ଜୟନ୍ତୀ ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ କରିବାକୁ ସାଂସଦମାନଙ୍କୁ ଆହ୍ବାନ ଦେଇଛନ୍ତି। ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନରେ ଯଥାକ୍ରମେ ଅକ୍ଟୋବର ୨ରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସାଂସଦମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା କରିବାପାଇଁ ମୋଦୀ କହିଛନ୍ତି। ମୋଟ ୧୫୦ କିମି ପଦଯାତ୍ରା ହେବ ଏବଂ ଯେଉଁ ନିର୍ବାଚନମଣ୍ଡଳୀରେ ବିଜେପିର ସାଂଗଠନିକ ଶକ୍ତି ସୁଦୃଢ଼ ନାହିଁ ସେହି ଅଂଚଳ ପ୍ରତି ସାଂସଦମାନଙ୍କର ଅଧିକ ଫୋକସ୍‌ ରହିବା ଉଚିତ୍‌ ବୋଲି ମୋଦୀ କହିଛନ୍ତି।
ଗ୍ରାମଗୁଡ଼ିକର ଉନ୍ନତିକରଣ, ବୃକ୍ଷ‌ରୋପଣ ଏବଂ ବିଶେଷ କରି ଜିରୋ ବଜେଟ୍‌ ଫାର୍ମିଂ ଉପରେ ଗୁରୁତ୍ବ ରହିବା ଉଚିତ୍‌ ବୋଲି ମୋଦୀ କହିଛନ୍ତି। ସଂକଳ୍ପ ପତ୍ର (ନିର୍ବାଚନୀ ଇସ୍ତାହାର)‌ରେ ଯାାହା କୁହାଯାଇଥିଲା ତାହା ଯେମିତି କାମରେ ପ୍ରତିଫଳିତ ହେବ, ସେ ଦିଗରେ ସାଂସଦମାନେ ସର୍ବାଧିକ ଯତ୍ନବାନ ରହି କାର୍ଯ୍ୟ କରିବାକୁ ମୋଦୀ କହିଛନ୍ତି।

ସମ୍ବନ୍ଧିତ ଖବର