ବିଜେପି ସଂସଦୀୟ ଦଳ ବୈଠକ:ବିରୋଧୀଙ୍କ ମୁଖା ଖୋଲିଯାଇଛି: ମୋଦି

ନୂଆଦିଲ୍ଲୀ : ଲୋକସଭାରେ ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି ବିରୋଧୀଙ୍କ ଅପାରଗତାକୁ ପଦାରେ ପକାଇବାପାଇଁ ହିଁ ଏଭଳି ଅନାସ୍ଥା ପ୍ରସ୍ତାବ ଆସିଥିଲା ଏବଂ କଂଗ୍ରେସ ଦଳ ତାଙ୍କୁ ବିରୋଧୀ ଦଳର ଅପାରଗତା ସଂପର୍କରେ କହିବାକୁ ସୁଯୋଗ ଦେଇଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଜଣାଉଛନ୍ତି। ଆଜି ପ୍ରଥମ ବିଜେପି ସଂସଦୀୟ ଦଳ ବୈଠକରେ ମୋଦୀ କହିଛନ୍ତି ଯେ ବିରୋଧୀ ଦଳ ଦ୍ୱାରା ଅଣାଯାଇଥିବା ଅନାସ୍ଥା ଏହାର ରାଜନୈତିକ ଅପରିପକ୍ୱତା ଏବଂ ବୁଝାମଣା ନେଇ ରହିଥିବା ଅଭାବକୁ ସ୍ପଷ୍ଟ ରୂପେ ପଦାରେ ପକାଇ ଦେଇଛି। ବୈଠକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି , ସୁଷମା ସ୍ୱରାଜ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ। ସଂସଦୀୟ ଦଳ ବୈଠକରେ ଚଳିତ ମୌସୁମୀ ଅଧିବେଶନ ସଂକ୍ରାନ୍ତ ରଣନୀତି ନେଇ ଆଲୋଚନା ହୋଇଥିବା ବେଳେ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ପ୍ରଚାର ପ୍ରସାର ଦିଗରେ ସାଂସଦମାନେ ଗୁରୁତ୍ୱ ଦେବାକୁ ମତପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର