ପଶ୍ଚିମବଙ୍ଗ ହାତେଇବାକୁ ବିଜେପିର ଯୋଜନା: ୧୫୦୦ରୁ ଅଧିକ ସଭା କରିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ/କୋଲକାତା: ପଶ୍ଚିମବଙ୍ଗ ମିଶନରେ ଏବେ ବାହାରିଛି ବିଜେପି | ତୃଣମୂଳ କଂଗ୍ରେସକୁ ଶାସନ ଗାଦିରୁ ହଟାଇ କିଭଳି ପଶ୍ଚିମବଙ୍ଗ ଦଖଲ କରିହେବ ଏବେ ସେଥିପାଇଁ ବିଜେପି ଯୋଜନା ପ୍ରସ୍ତୁତ କରିଛି | ପଶ୍ଚିମବଙ୍ଗ ବିଧାନସଭାର ୨୯୪ଟି ଆସନ ପାଇଁ ନିର୍ବାଚନ ଏପ୍ରିଲ-ମେ ମାସରେ ହେବାକୁ ଥିବାବେଳେ ବିଜେପି ପାଖାପାଖି ୧୫୦୦ରୁ ଅଧିକ ରାଲି ଆୟୋଜନ କରିବାର ଲକ୍ଷ୍ୟ ରଖିଛି | ବିଧାନସଭା ସ୍ତରୀୟ ଏହି ରାଲିରେ ପ୍ରତ୍ୟେକ ବୁଥର କାର୍ଯ୍ୟକର୍ତ୍ତା ଯୋଗ ଦେବେ |

ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବା ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପ୍ରତିଟି ବିଧାନସଭା କ୍ଷେତ୍ରରେ ପାଞ୍ଚରୁ ଛଅଟି ରାଲି କରାଯିବ | ଏଥିରେ ବରିଷ୍ଠ ବିଜେପି ନେତାଙ୍କ ସହ, କେନ୍ଦ୍ର ମନ୍ତ୍ରୀ, ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ | ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ପ୍ରମୁଖ ଆସନ ବା ଟିଏମସିର ଦବଦବା ରହୁଥିବା ଅଂଚଳରେ ଜନସଭାକୁ ସମ୍ବୋଧିତ କରିବେ | ବଡ ଜନସଭା ଛଡା ଭୋଟରଙ୍କ ପାଖରେ ପହଂଚିବାକୁ ଛୋଟ ଛୋଟ ଜନସଭାର ମଧ୍ୟ ଆୟୋଜନ କରାଯିବ |

ବୁଥ ସ୍ତରୀୟ କର୍ମୀମାନେ କିଭଳି ପ୍ରତିଟି ଭୋଟର ପାଖରେ ପହଂଚିବେ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି | ସୂଚନା ଥାଉ କି ୨୦୧୯ରେ ପଶ୍ଚିମବଙ୍ଗରେ ହୋଇଥିବା ଲୋକସଭା ନିର୍ବାଚନରେ ୪୨ଟି ଆସନରୁ ବିଜେପି ୧୮ଟିରେ ବିଜୟ ହୋଇଥିଲା | ଆଉ ବର୍ତ୍ତମାନ ୨୯୪ ଆସନରୁ ୨୦୦ରୁ ଅଧିକ ଆସନରେ ଜିତିବାକୁ ବିଜେପି ଲକ୍ଷ୍ୟ ରଖିଛି |

ସମ୍ବନ୍ଧିତ ଖବର