ଲୋକସଭା ନିର୍ବାଚନ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି କରୁଛି ଏହି ଛଅଟି ଯୋଜନା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସିଲାଣି। ଆଗାମୀ ଲୋକସଭା ନିର୍ବାଚନ ଜିତିବା ପାଇଁ ଭାରତୀୟ ଜନତା ପାର୍ଟି ଛଅଟି ଯୋଜନା କରିଥିବା ଜଣାଯାଇଛି।ଏଥିମଧ୍ୟରୁ ପ୍ରଥମଟି ହେଲା ୨୦୧୯ରେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦମ୍‌ରେ ନିର୍ବାଚନ ଲଢିବ ଭାରତୀୟ ଜନତା ପାର୍ଟି। ମୋଦି ସରକାର ନିଷ୍କଳଙ୍କ ସରକାର ବୋଲି ଭାଜପା ପକ୍ଷରୁ ପ୍ରଚାର କରାଯିବ। ଏହାଛଡା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ କେତେକ ଭଲ ଯୋଜନା ଘୋଷଣା କରାଯିବ ବୋଲି କୁହାଯାଉଛି। ଏନଡିଏ ସରକାର ଅମଳରେ ମୋଦି ସରକାର କେତେକ କଠୋର ପଦକ୍ଷେପ ଦେଇଛନ୍ତି। ଏହାକୁ ଦଳ ପ୍ରଚାର କରିବ। ନୋଟବନ୍ଦୀ,ସର୍ଜିକାଲ୍‌ ଷ୍ଟ୍ରାଇକ୍‌,ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଭଳି ନିଷ୍ପତ୍ତିର ପ୍ରଚାର କରିବ ଦଳ।

ବିରୋଧୀ ଦଳମାନେ ମୋଦି ସରକାରଙ୍କୁ ଧନୀ ଲୋକଙ୍କ ସରକାର ବୋଲି ଅଭିଯୋଗ କରୁଥିବା ବେଳେ ଭାରତୀୟ ଜନତା ପାର୍ଟି ମୋଦିଙ୍କ ସରକାରକୁ ଗରିବଙ୍କ ସରକାର ଭାବେ ପ୍ରଚାର କରାଯିବ। ଏଥିରେ ଉଜ୍ଜ୍ୱଳା ଯୋଜନା,ଆୟୁଷ୍ମାନ ଭାରତ ଯୋଜନା,ସୌଭାଗ୍ୟ,ସ୍ୱଚ୍ଛ ଭାରତ,ଜନ-ଧନ ଯୋଜନା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଦୀନ ଦୟାଲ ଗ୍ରାମଜ୍ୟୋତି ଯୋଜନା ଆଦି ଅନ୍ତର୍ଭୁକ୍ତ। ଏଥରର ସ୍ଲୋଗନା ହେଲା ‘ଅବକି ବାର ଫିର୍‌ ମୋଦି ସରକାର୍‌’। ମହାମେଣ୍ଟ ବିରୋଧରେ ମଧ୍ୟ ପ୍ରଚାର କରିବ ଭାରତୀୟ ଜନତା ପାର୍ଟି।

ସମ୍ବନ୍ଧିତ ଖବର