ଲକ୍ଷ୍ନୌ: ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଏବେ ରାଏବରେଲି ଗସ୍ତରେ ଯାଇଛନ୍ତି। ସୋନିଆ ଗତକାଲି ରାଏବରେଲିରେ ତାଙ୍କର ପ୍ରଥମ ନିର୍ବାଚନ ପରବର୍ତ୍ତୀ ଜନସଭାରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଶାସକ ଦଳ ଲୋକସଭା ନିର୍ବାଚନରେ ଭୋଟରଙ୍କୁ ବାଟବଣା କରିବାକୁ ଚେଷ୍ଟା କରିଥିଲା ଏବଂ ରାଜନୈତିକ ଗରିମାର ସବୁ ସୀମା ଟପିଯାଇଥିଲା ବୋଲି ସୋନିଆ କହିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ପରେ ତାଙ୍କର ପ୍ରଥମ ରାଏବରେଲି ଗସ୍ତରେ କଂଗ୍ରେସ କର୍ମୀମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ପ୍ରିୟଙ୍କା କହିଛନ୍ତି, ଚଳିତ ନିର୍ବାଚନରେ ଯେଉଁ କର୍ମୀମାନେ ଠିକ୍ ଭାବେ କାମ କରିନାହାନ୍ତି ସେମାନଙ୍କୁ ମୁଁ ଖୋଜି ବାହାର କରିବି।
ଭୋଟରଙ୍କୁ ବାଟବଣା କରିବାକୁ ପ୍ରୟାସ ହୋଇଥିଲା: ସୋନିଆ
/sambad/media/post_attachments/wp-content/uploads/2018/12/sonia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)