ବିଜେପି ରଥଯାତ୍ରା ପୁଣି ସଙ୍କଟରେ, ପୂର୍ବ ରାୟକୁ ବଦଳାଇଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରା ଆୟୋଜନକୁ ପୁଣି ଝଟ୍‌କା ଲାଗିଛି। ଗତକାଲି ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଯାତ୍ରା ଆୟୋଜନ ପାଇଁ ବିଜେପିକୁ ଅନୁମତି ଦେଇଥିବାବେଳେ ଏହି ରାୟକୁ ଆଜି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି। ଡିଭିଜନ୍‌ ବେଞ୍ଚ୍‌ ମାମଲାର ପୁନର୍ବିଚାର ପାଇଁ ଏହାକୁ ପୁଣି ଜଣିକିଆ ବେଞ୍ଚ୍‌କୁ ପଠାଇ ଦେଇଛନ୍ତି। ଫଳ‌ରେ ବିଜେପିର ପ୍ରସ୍ତାବିତ ରଥଯାତ୍ରା ନେଇ ଅନିଶ୍ଚିତତା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ସରକାର ଗତକାଲିର ହାଇକୋର୍ଟ ରାୟକୁ ବିରୋଧ କରି ଡିଭିଜନ୍‌ ବେଞ୍ଚ୍‌ରେ ଚାଲେଂଜ କରିଥିଲେ। ମୁଖ୍ୟ ବିଚାରପତି ଦେବାଶିଷ କାର୍‌ଗୁପ୍ତା ଏବଂ ଜଷ୍ଟିସ୍‌ ଏସ୍‌ ସରକାରଙ୍କ ଖଣ୍ଡପୀଠ ପୂର୍ବ ରାୟକୁ ଖାରଜ କରି ମାମଲାକୁ ପୁଣି ଜଣିକିଆ ବେଞ୍ଚ୍‌କୁ ପଠାଇ ଦେଇଛନ୍ତି। ପଶ୍ଚିମବଙ୍ଗ ସରକାର ବିଜେପିକୁ ରୋକିବାପାଇଁ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର