ଯୋଶୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କଲା ବିଜେପି :ମେନକା, ବରୁଣଙ୍କ ନିର୍ବାଚନମଣ୍ଡଳୀ ବଦଳିଲା

ଜୟପ୍ରଦା ରାମପୁରରୁ ବିଜେପି ପ୍ରାର୍ଥୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀଙ୍କୁ ନିର୍ବାଚନ ନ ଲଢ଼ିବାକୁ କୁହାଯାଇଛି। ଦଳର ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡ଼ଭାନୀଙ୍କ ପରେ ଯୋଶୀଙ୍କୁ ନିର୍ବାଚନ ନ ଲଢ଼ିବା ପାଇଁ କୁହାଯାଇଥିବା ଯୋଶୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟ କରାଯାଇଛି। ଯୋଶୀ ୨୦୦୯ ମସିହାରେ ବାରଣାସୀରୁ ନିର୍ବାଚିତ ହୋଇଥିଲେ ମଧ୍ୟ ୨୦୧୪ରେ ସେ ଏହାକୁ ନାରେନ୍ଦ୍ର ମୋଦୀଙ୍କ ପାଇଁ ଛାଡିଦେଇଥିଲେ। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶର ବିଜେପି ପ୍ରାର୍ଥୀଙ୍କ ନୂଆ ତାଲିକା ପ୍ରକାଶ ପାଇଛି। ଏଥିରେ ବରୁଣ ଗାନ୍ଧୀ ଏବଂ ମେନକା ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ଅଦଳବଦଳ କରାଯାଇଛି। ମେନକା ଏବେ ସୁଲତାନପୁରରୁ ଏବଂ ବରୁଣ ପିଲିଭିଟ୍ ଆସନରୁ ପ୍ରାର୍ଥୀ ହେବେ। ।
ଏଥର ୮୫ ବର୍ଷୀୟ ଯୋଶୀଙ୍କୁ ଦଳ ନିର୍ବାଚନ ନ ଲଢ଼ାଇବାରୁ ଯୋଶୀ କାନପୁର ନିର୍ବାଚନମଣ୍ଡଳୀ ମତଦାତାଙ୍କୁ ଆଜି ଏକ ଖୋଲା ପତ୍ର ମାଧ୍ୟମରେ ତାଙ୍କ ବ୍ୟଥା ବ୍ୟକ୍ତ କରିଛନ୍ତି। ତାଙ୍କୁ ଦଳ ତରଫରୁ ସାଧାରଣ ସମ୍ପାଦକ ରାମଲାଲ କାନପୁର କିମ୍ବା ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ନ ଲଢ଼ିବାକୁ କହିଥିବା ଯୋଶୀ କହିଛନ୍ତି। ଦଳ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଏହା ବିଜେପିର ନୀତିଗତ ନିଷ୍ପତ୍ତି ଏବଂ ଯୁବ ପିଢ଼ିଙ୍କୁ ଗୁରୁତ୍ବ ଦେବାପାଇଁ ଏଭଳି କରାଯାଇଛି।

ନୂ୍ଆଦିଲ୍ଲୀ, : ପୂର୍ବତନ ସାଂସଦ ତଥା ଖ୍ୟାତନାମା ଅଭିନେତ୍ରୀ ଜୟପ୍ରଦା ଆଜି ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶର ରାମପୁର ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିବେ। ପୂର୍ବରୁ ୨୦୦୪ ଏବଂ ୨୦୦୯ରେ ଜୟପ୍ରଦା ଜଣେ ସପା ସଦସ୍ୟ ଭାବେ ରାମପୁରରୁ ୨ ଥର ଲୋକସଭାକୁ ପ୍ରତିନନିଧିତ୍ବ କରିଥିଲେ। ଆ‌ଜି ବିଜେପିରେ ଯୋଗ ଦେବାପରେ ଜୟା ଏହାକୁ ଅତି ଗୁରୁତ୍ବପୂର୍ଣ୍ଣ ସମୟ ବୋଲି କହିଛନ୍ତି। ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କାର୍ଯ୍ୟ କରିବାକୁ ଯାଉଥିବାରୁ ‌ସେ ନିଜକୁ ଗର୍ବିତ ଅନୁଭବ କରୁଥିବା କହିଛନ୍ତି। ୫୬ ବର୍ଷୀୟ ଏହି ଲୋକପ୍ରୀୟ ଅଭିନେତ୍ରୀ ତେଲୁଗୁ ଦେଶମ୍‌ ପାର୍ଟିରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

୨୮ରେ କଂଗ୍ରେସରେ ଯୋଗ ଦେବେ ଶତ୍ରୁଘ୍ନ ସିହ୍ନା
ପାଟନା ସାହିବରୁ ହିଁ ନିର୍ବାଚନ ଲଢ଼ିବେ
ପାଟନା : ବିଦ୍ରୋହୀ ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଆସନ୍ତା ମାର୍ଚ୍ଚ ୨୮ରେ କଂଗ୍ରେସରେ ଯୋଗ ଦେବେ। କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂହ ଆଜି ଏନେଇ ଘୋଷଣା କରିଛନ୍ତି। ବିଜେପି ବିହାରର ପାଟନା ସାହେବ ଆସନରୁ ଶତ୍ରୁଘ୍ନଙ୍କୁ ବାଦ୍‌ ଦେଇ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିଥିବାରୁ ଏଥିରେ ଅସନ୍ତୋଷ ପ୍ରକାଶ କରି ଶତ୍ରୁଘ୍ନ କଂଗ୍ରେସରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଶତ୍ରୁଘ୍ନ ପାଟନା ସାହିବ ନିର୍ବାଚନ ମଣ୍ଡଳୀରୁ ୨ ଥର ସାଂସଦ ନିର୍ବାଚିତ ହୋଇଛନ୍ତି। ଶତ୍ରୁ୍‌ଘ୍ନ ଏଯାବତ୍‌ ବିଜେପି ଛାଡ଼ି ନଥିଲେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର